ବନ୍ଦେ ଭାରତ ଜନନୀ ଲୋ - କବିତା ମହାନ୍ତି

0
ବନ୍ଦନା ତୋର ଗାଇବି
ଜୀବ ଥିବା ଯାଏ ଦେହରେ ମୋର
ତୋ କାହାଣୀ ନିତି କହିବି
ଭାଇ ଭାଇ ହୋଇ ଚଳୁଚୁ ଆମେ
ଜାତି ଧରମକୁ ଭୁଲି
ତୋ ତ୍ରିରଙ୍ଗା ତଳେ ମଥା ନଇଁଚୁ
ବନ୍ଦେ ମାତରମୄ ବୋଲି
ରକ୍ତ ନିଗାଡି ଦେବା ପାଇଁ ଅାଜି
ପିଲାଠୁ ଠିଆ ବୁଢା
କୋଟି ରକ୍ତ ବିନ୍ଦୁ ମିଶି ଗଲେ ହେବ
ରକ୍ତ ପାରାବାର ଗଢା
ତରବାରୀ ଅମେ ଶାଣିତ କରିଛୁ
ଭାଙ୍ଗିବୁ ବଇରୀ ବଳ
ଗଡିଗଲେ ଏଠି ଗୋଟିଏ ମୁଣ୍ଡ
କୋଟି ମୁଣ୍ଡ ହେବ ଠୁଳ
ମା ଅାଜି ମୋର ଲକ୍ଷ୍ମୀବାଇ
ବାଳୁତ ବାଜିରାଉତ
ପଲ୍ଲୀ ଠୁ ନଗର କମ୍ପି ଉଠିଲାଣି
ବନ୍ଦେ ଭାରତ ମାତ
ତତଲା ଲୁହ ଲହୁ ବହଇ
କୋଟି ହ଼ୄଦୟରୁ ଅାଜି
ମରଣକୁ ଆମେ ବରଣ କରିବୁ
ଯିବୁଲୋ ବୀର ସାଜି


କବିତା ମହାନ୍ତି, ପ୍ରଧାନ ଶିକ୍ଷୟିତ୍ରୀ,
ସାଇଲୋ ଝାରପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,
କଣ୍ଟାପଡା, କଟକ, ଓଡିଶା

Post a Comment

0Comments
Post a Comment (0)