ସ୍ଵାଧୀନତା - ରଜତ କୁମାର ନାୟକ

0
ଗୋଟିଏ ଟଙ୍କା ର ଦାନା ଟିକେ ପାଇଁ
ଗରିବ ଟେ ବସି କାନ୍ଦୁଛି
ତଥାପି ସମସ୍ତେ ଗର୍ବ ରେ କହୁଛୁ
ଅଗଷ୍ଟ ପନ୍ଦର ଆସିଛି ......
ଗାଁ ଗାଁ ଗଳି କନ୍ଦି ରେ ଆଜି ବି
ନିର୍ଭୟା ଚିତ୍କାର ଶୁଭୁଛି
ତଥାପି ସମସ୍ତେ ଗର୍ବ ରେ କହୁଛୁ
ଅଗଷ୍ଟ ପନ୍ଦର ଆସିଛି ......
ନିରୁପାୟ ଆଉ ଅସହାୟ ହେଇ
ଚାଷୀ ଆତ୍ମହତ୍ୟା କରୁଛି
ତଥାପି ସମସ୍ତେ ଗର୍ବ ରେ କହୁଛୁ
ଅଗଷ୍ଟ ପନ୍ଦର ଆସିଛି .....
ସାଇକେଲ ଆଉ ଖଟିଆ ରେ ଏଠି
ରୋଗୀ , ଶବ ବୁହା ହେଉଛି
ତଥାପି ସମସ୍ତେ ଗର୍ବ ରେ କହୁଛୁ
ଅଗଷ୍ଟ ପନ୍ଦର ଆସିଛି. .....
ସୁବାଷ ବୋଷ ର ଆତ୍ମା ଆଜି ଗୋଟେ
ପ୍ରଶ୍ନ ର ଉତ୍ତର ଚାହୁଁଛି
ରାଣୀ ଲକ୍ଷ୍ମୀବାଇ ଅନ୍ତରାତ୍ମା ଆଜି
କିଛି କହିବାକୁ ଚାହୁଁଛି
ଭଗତ ସିଂ ର ଆତ୍ମା ଆଜି କାହିଁ
ଚିତ୍କାର କରି କହୁଛି
ସତରେ କଅଣ ଗୋଟେ ଲୋକ ପାଇଁ
ଏ ଦେଶ ଟା ସ୍ୱାଧୀନ ହେଇଛି....
କୋଟି କୋଟି ଟଙ୍କା ଖର୍ଚ କରାଯାଇ
ମହାସମାବେଶ ହେଉଛି
କୋଟି କୋଟି ଲୋକ ଭୋକ ରେ ମାରନ୍ତି
ତାଙ୍କ କଥା କିଏ ବୁଝୁଛି .....
ଯିଏ ଯାହା କହୁ ଛାତି କୁ ଫୁଲେଇ
ଅଗଷ୍ଟ ପନ୍ଦର ଆସିଛି
ସ୍ବାଧୀନତା ଆଜି ପରାଧିନତା ର
ଶିକୁଳି ରେ ବନ୍ଧା ପଡିଛି .......


ଜେ ଇ - ୨୦୦ ଜଗଦା,
ରାଉରକେଲା, ମୋ: ୯୪୩୭୧୫୨୬୮୮

Post a Comment

0Comments
Post a Comment (0)