ଓଡ଼ିଆ ଜାତିର ଆରାଧ୍ୟ ଠାକୁର - ଘନଶ୍ୟାମ ସାହୁ

0
ଓଡ଼ିଆ ଜାତିର ଆରାଧ୍ୟ ଠାକୁର
ବିପଦକୁ ହେଉ ତୁ ସାହା,
ଓଠରୁ ତା ଛାଏଁ ବାହାରି ପଡ଼େ ମୋ
ଜୟ ଜଗନ୍ନାଥ କାଳିଆ ।।୧।
ଓଢ଼ଣା ତୋ ଶିରେ ରକ୍ତିମ ଅଧରେ
ଚକାଆଖି ମେଲି ଚାହିଁଛୁ,
ଓଡ଼ିଆଣୀ ବେଶେ ପାଟମଠା ବାସେ
ପତିତ ଉଦ୍ଧାର କରୁଛୁ ।।୨।
ॐକାର ସ୍ୱରୂପ ତୋ କଳା ବଦନ
ସତ୍ତ୍ୱ ରଜ ତମ ତ୍ରିବୀଜ,
ଓଦା ହୋଇଯାଏ ବେନି ମୋ ନୟନ
ଭାବରେ ବନ୍ଧା ଛାଡ଼ି ଲାଜ ।।୩।
ଓଟାରି ହୋଇଲି ତୋ ପ୍ରେମେ ମଜ୍ଜିଲି
ଭୁଲି ମାୟା ଘର ସଂସାର,
ଓହରି ଏ ବେଳେ କୃପା ନ କରିଲେ
ଭାସିଯିବି କଳା ଠାକୁର ।।୪।
ଓଲଟା ତୁ ହେଲେ ମୋ ପାଇଁ କାଳିଆ
କହିବି କାହାକୁ ମୋ ଦୁଃଖ,
ଓରମାନ ମୋର ମେଣ୍ଟାଇବୁ ବାରେ
ଦେଖୁଥିବି କଳାଶ୍ରୀମୁଖ ।।୫।

ଘନଶ୍ୟାମ ସାହୁ*
ଯୁଗ୍ମ ସମ୍ପାଦକ--ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡ।,
ପୋ:ଅ: କିଶୋର ଗଞ୍ଜ ,ଜିଲ୍ଲା-ଅନୁଗୋଳ,
ମୋବାଇଲ ନମ୍ବର ---- ୯୪୩୭୬୬୪୫୩୭,
ପିନ୍ କୋଡ ---- ୭୫୯୧୨୭ ।

Post a Comment

0Comments
Post a Comment (0)