ପାପପୁଣ୍ୟ - ଉଷାରାଣୀ ପଣ୍ଡା

0
ସବୁ ପ୍ରାଣିଠାରୁ ମାନବ  ଜନମ
ଜଗତରେ ହେଲା ଶ୍ରେଷ୍ଠ
ଭଲ ମନ୍ଦ ପାପ ପୂଣ୍ୟ ବିଚାରରେ
କରିଛି ତାକୁ ଉଦ୍ଦିଷ୍ଟ...!

କଲେ ଭଲ କାମ ଜୀବନ ଭିତରେ
ଧରମଟି ପାଇଥାଏ
ମନ୍ଦ କାମ କଲେ ମରଣ କାଲରେ
ପାପରେ କୁହୁଳି ଯାଏ....!

ଅଢେଇ ଦିନିଆ ଜୀବନ ଅଟଇ
ପାଣିର ଫୋଟକା ସମ
କଲେ ମନ୍ଦ କାମ  ପାପୀ ବୋଲାଇବ
ଦଣ୍ଡିବ ଶେଷରେ ଯମ....!

ପାପ କଳୁଷରେ ହୋଇ ସନ୍ତରଣ
ଅଧର୍ମେ ଅର୍ଜନ ଧନ
କୁଢକୁଢ ଧନ ସବୁ ଛାଡି ଯିବ
ସାଥୀରେ ନଯିବେ ଆନ....!

ଧରମର ଜୟ  ଅଧର୍ମର କ୍ଷୟ
ଏକଥା ସବୁ ଜାଣନ୍ତି
ପାପ ର ସାଗରେ ଉବୁଡୁବୁ ହୋଇ
ଧରମକୁ ଭୁଲିଯାନ୍ତି...!


ଉଷାରାଣୀ ପଣ୍ଡା, ସୋମପେଟା, ଆନ୍ଧ୍ରପ୍ରଦେଶ

Post a Comment

0Comments
Post a Comment (0)