ନାଲି ଗୋଲାପଟେ ମୁହିଁ - ମିଥୁନ ସାହୁ

0
ମୁଁ ଗୋଟେ ଏମିତି ଫୁଲଟିଏ ସତେ
ସଭିଏଁ ପାଆନ୍ତି ଭଲ,
ମତେନେଇ କେତେ ପ୍ରେମିକ ପ୍ରେମିକା
କରୁଥାନ୍ତି ବସି ଗେଲ,,
କଣ୍ଟାରେ ଏଇ ମୋ କୋମଳ ଶରୀର
ହୋଇଅଛି ପରିପୂର୍ଣ୍ଣ,
ତଥାପି ସଭିଏଁ ଆଦର କରନ୍ତି
ନ'ଦେଖାଇ ହୀନିମାନ,,
ଅନେକ ରଙ୍ଗରେ ଗଢ଼ିଅଛି ମତେ
ଅତି ଯତନରେ ବିହି,
ପ୍ରେମର ପ୍ରତୀକ ଭାବେ ପରିଚିତ
ନାଲି ଗୋଲାପଟେ ମୁହିଁ,,


ମିଥୁନ୍ ସାହୁ
ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0Comments
Post a Comment (0)