ଅସ୍ଥିର ଭାବନା - ସନ୍ତୋଷ ପଟ୍ଟନାୟକ

0
ମନାକାଶେ ଆଜି ବାଦଲ ଘୋଟିଛି
ଚିତ୍ତ ହୁଏ ଆନମନା
ନିଜଲୋକ ପର ଦୁଃଖ'ତ ଅପାର
ଅସ୍ଥିର ସବୁ ଭାବନା....
ମାଡ଼ି ଆସୁଅଛି ସମସ୍ୟାର ସୁଅ
ନିରବ ଯନ୍ତ୍ରଣା ଯେତେ
ବୟସ ବିଳାସେ ଅସ୍ଥିରତା ଭାବ
ନାନା ଘାତ ପ୍ରତିଘାତେ...
ଦୁର୍ଦ୍ଦଶ ଦୁର୍ବାହ ଜୀବନର ପଥ
କାହକୁବା ଦେବି ଦୋଷ,
ଭାଗ୍ୟକୁ ଆଦରି ସଉଦା କରୁଛି
ନିତି ନୂଆଁ ଅବଶୋଷ....
ପରାଜୟ ସ୍ବାଦ ପରଖି ପରଖି
ଜିଉଁଛି ନର୍କ ଜୀବନ
ମାର୍ଗ-ଦର୍ଶକ ହେ ମଉନ ନହୋଇ
ଜଣାଣ ମୋହର ଘେନ....
ଯୋଡ଼ି କର ବେନି କରୁଛି ଦୟିନୀ
ଶୁଣତୁ ସାରଙ୍ଗଧାରୀ
ଦୀନବନ୍ଧୁ ବୋଲି ତୋତେ ଆଶ୍ରାକଲି
ସଂସାରୁ ନିଅ ନିସ୍ତାରି....

Post a Comment

0Comments
Post a Comment (0)