ବର୍ଷାରାଣୀ - ଜିତେନ୍ଦ୍ର ସାହୁ

0
ବରଷୁଛ ବୋଲି ଆକାଶ ଛାତିରୁ
ନାଆଁ ତମ ବର୍ଷାରାଣୀ,
ଯାହାକୁ ଚାହୁଁଛ ଭିଜେଇ ପାରୁଛ
ଝିଅଟେ ଭାରି ସିଆଣି,,।।

ଆସ ତମେ ଯେବେ ଶୁଭେ ଚତୁର୍ଦ୍ଦିଗେ
ସ୍ବାଗତରେ ଘଡଘଡି,
ବିଜୁଳି ଆଲୋକେ ଟିକେ ରହି ଟିକେ
ଚମକାଏ ତମ ଶାଢୀ,,
ତମେ କିନ୍ତୁ ଧୀରେ ହସ ବାଦଲରେ
ମେଘର ଓଢଣୀ ଟାଣି,,
ବରଷୁଛ ବୋଲି ଆକାଶ ଛାତିରୁ
ନାଆଁ ତମ ବର୍ଷାରାଣୀ,,।।

ତମ ଚଞ୍ଚଳତା ଭରେ ପୁଲକତା
କୋଟି ଜନ ମନ ହୃଦେ,
ମୟୁର ବି ନାଚେ ଛାଡି ସବୁ ପଛେ
ସବୁଜ କାନନ ମଧ୍ୟେ,,
ଫୁଲେଇଟେ ସତେ ଢାଳିଯାଅ କେତେ
ଟୋପା ଟୋପା ଝର ପାଣି,
ବରଷୁଛ ବୋଲି ଆକାଶ ଛାତିରୁ
ନାଆଁ ତମ ବର୍ଷାରାଣୀ,,।।


ଜିତେନ୍ଦ୍ର ସାହୁ
ଏମ୍. ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0Comments
Post a Comment (0)