ବାପା - ରାଜେଶ ପୂଜାରୀ

0
ବାପା ତୁମେ
ନିଲିଆ ଆକାଶର ପତଂଗ
ଶହେ ଫଗୁନର ରଂଗ
ଶରାବନର ଅମୃତ ଧାର
ମନର ନିମୁଜ ବଖରେଁ
ହୁତା ହୁତା ଉବଜିଲା
ପ୍ରଶ୍ନ ର ଉତ୍ତର ଗାର ।

ଆଏଁଖୁ ଝରଲେ ବୁନ୍ଦା ବୁନ୍ଦା ଆଁଖଲ
ଭାବର ଗାମଛା ଖେଲି
ନେସ ଗୁଟ ଗୁଟ ଛିନି
ଅସରା ଖୁସିର କଦମ୍ବ ଗଛ ଝୁନି ।

ଚିନ୍ତାର ମାରେ ଉଟୁସ ପୁଟୁସ
ନାଇଁ ଲାଗଲେ ଝୁମରା
ଶୁଏଇ ଦେସ ଧୁକି ଧୁକି
ମନଘିନା ମନ୍ତର ଫୁକି ଫୁକି
ଉଭେଇ ଅନ୍ତର ବେଦନା ସବୁକେ
ଅନ୍ଧାରେ ଢାଲ ଉକିଆ ଧାରା
ମତେ ପିଆସ ସୁଖ ମଦରସ
ନିଜେ ଢେଁକଲି ଦୁଖ ଗରଲ ସାରା ।

ଲଲୋବଲୋ ହେଲେ ଜୀବନ ନିହି
ଗଁଠିଆ ପିଠିନେ ଦେସ ଥେବେଇ
ନୂଆଁ ନୂଆଁ ଜୋସ ଭରି
ଚେତନାର ବୁଜବୁଜି ଉବଜେଇ ।

ତୁମେ ଅତୁଟ ପରତେର ଟିକରା ଟାଲ
ମିଠା ସପନର ମାଲ ବାହାଲ
ଭାବନା ଡଂଗାର ମଂଗୁଆଲ
ହରୁ ହରପଲ ହେଇ ସାହାରା
ଥିବା ବାପା ସାଂଗେ ମୋର
କରେଁ ନିଉଛାଲ ।


ରାଜେଶ ପୂଜାରୀ
କୁଶମେଲ, ଝାରସୁଗୁଡ଼ା

Post a Comment

0Comments
Post a Comment (0)