ବଡଦାଣ୍ଡେ କାଳିଆ - ରମେଶ ଚନ୍ଦ୍ର ମିଶ୍ର

0
ବଡଦାଣ୍ଡେ କାଳିଆ ମୋ ରଥେ ସବାର
ରାଜବେଶ ଦିଶେ ଆହା କେଡେ ସୁନ୍ଦର ।(୦)

ସେବକ ଗହଣେ କରେ ପହଣ୍ଡି ବିଜେ
ହଲିଝୁଲି ଆସେ ଦେଖ ଟାହିଆ ସାଜେ
ଖୋଳ ତାଳ ମୃଦଙ୍ଗରେ ଉଚ୍ଛୁଳେ ପୁର । (୧)
ବଡଦାଣ୍ଡେ କାଳିଆ ମୋ ରଥେ ସବାର......

ଜଗତ ଭକତ ମେଳେ ଆସଇ ଝୁଲି
ହରିବୋଲ ହୁଳହୁଳି ପଡେ ଉଚ୍ଛୁଳି
ବଡଦାଣ୍ଡେ ଆନନ୍ଦର ଉଠେ ଜୁଆର ।( ୨)
ବଡଦାଣ୍ଡେ କାଳିଆ ମୋ ରଥେ ସବାର .....

ଗୁଣ୍ଡିଚା ମାଆ ମନ୍ଦିର ଯିବାକୁ ମନ
ମାଉସୀ ଦେଖିବ ବୋଲି ମନ ଉଚ୍ଛନ୍ନ
କୁଣ୍ଡା ପୋଡପିଠାରେ ତା ମନ ବିଭୋର । (୩)
ବଡଦାଣ୍ଡେ କାଳିଆ ମୋ ରଥେ ସବାର ....

ପାପୀ ତପୀ ଦରଶନ କର ହେ କର
ପତିତ ତାରିବା ପାଇଁ ଘରୁ ବାହାର
ହରିନେବ ସବୁ ଦୁଃଖ, ଯେତେ ଜଞ୍ଜାଳ । ( ୪)
ବଡଦାଣ୍ଡେ କାଳିଆ ମୋ ରଥେ ସବାର ....


ତାପସ କୁଟୀର
ବଇଣ୍ଡା, ଅନୁଗୋଳ

Post a Comment

0Comments
Post a Comment (0)