ବଡ଼ ବନ୍ଧୁ ତୁମେ - ଘନଶ୍ୟାମ ସାହୁ

0
ବଡ଼ଦାଣ୍ଡେ ରହି ବଡ଼ ଦୁଃଖୀ ଟିଏ
ବଡ଼ ପାଟିକରି ଡାକେ ମଣିମା
ବଡ଼ ଗହଳିରେ ଯାଇ ମୁଁ ନ ପାରେ
ବଡ଼ ଠାକୁର ହେ ବାରେ ଶୁଣିମା
ବଡ଼ ଆଶା ନେଇ
ବଡ଼ ଦେଉଳର ବଡ଼ ଦିଅଁ ତୁମେ
ବଡ଼ ଦମ୍ଭେ ଏକା ଆସିଛି ଧାଇଁ ।।୧।
ବଡ଼ ପରିବାରେ ଦେଇଛ ଜନମ
ବଡ଼ ବୋଝ ମୁଣ୍ଡେ ନାହିଁ ବିଶ୍ରାମ
ବଡ଼ ମାୟାର ଏ ଗୃହ ପରିବାର
ବଡ଼ ଜଞ୍ଜାଳର ଜ୍ୱ।ଳା ବିଷମ
ବଡ଼ କଷ୍ଟ ପାଇ
ବଡ଼ ଆଶ୍ରା ଆଶେ ଆସେ ତୁମ ପାଶେ
ବଡ଼ ବାନା ନୀଳଚକ୍ରକୁ ଚାହିଁ ।୨।
ବଡ଼ ବଡ଼ ନେତ୍ରେ ରହିଛ ଅନାଇଁ
ବଡ଼ ବିପତ୍ତିରୁ କରିଛ ରକ୍ଷା
ବଡ଼ ନୁହେଁ ମୋର ଗୁହାରି ତ କିଛି
ବଡ଼ ବନ୍ଧୁ ବୋଲି ପଡ଼ୁଛି ଡକା
ବଡ଼ ଭୂଜତଳେ
ବଡ଼ ଆଶା ଅଛି ଶରଣରେ ଥିବି
ବଡ଼ ଅନ୍ତଶ୍ୱାସ ଛାଡ଼ିଲା ବେଳେ ।।୩।


ଘନଶ୍ୟାମ ସାହୁ
ଯୁଗ୍ମ ସମ୍ପାଦକ-ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡ।,
ପୋ- କିଶୋର ଗଞ୍ଜ, ଜିଲ୍ଲା-ଅନୁଗୋଳ,
ମୋବାଇଲ ନମ୍ବର- ୯୪୩୭୬୬୪୫୩୭
ପିନ୍ କୋଡ- ୭୫୯୧୨୭

Post a Comment

0Comments
Post a Comment (0)