ଆଖିଭରି ଦେଖିବାକୁ, ଭରିବାକୁ ଶୁନ୍ୟତା ॥
ମୁହୁର୍ତ୍ତେ ଅପସରି ଯାଏ, ଅସହାୟ ଯନ୍ତ୍ରଣା
ତୁମକୁ ଦେଖିଦେଲେ, ଭରିଉଠେ ପୁଲକତା ॥
ଏ ପ୍ରତୀକ୍ଷାର ଅନ୍ତନାହିଁ, ଅନନ୍ତ ଆଦିମପ୍ରାୟ,
ମୁହୁତେ ତୁମକୁ ଦେଖିବାକୁ ମୋ ଶରୀର ପ୍ରାଣବନ୍ତ ॥
ତୁମେ ମୋର ହୁଅ ଅବା ନାହିଁ ନିୟତିର ଇଛା
ବଂଚିରୁହ ମୋ ମଧ୍ୟେ, ତୁମପାଇଁ ମୋର ଏ ମହାଶୁନ୍ୟତା ॥
ପୂର୍ଣ୍ଣଚନ୍ଦ୍ର ଭୂୟାଁ
ପଦାର୍ଥ ବିଜ୍ଞାନ ଶିକ୍ଷକ, ବ୍ରହ୍ମପୁର
