ତବ ଇଚ୍ଛା ପୂର୍ଣ୍ଣ କର - ଘନଶ୍ୟାମ ସାହୁ

0
ମନ୍ଦିର କାହିଁକି ଯିବି ମୁଁ ଠାକୁରେ
ଖୋଲା ମୋ ମନ ମନ୍ଦିର
ଆସ ପ୍ରେମମୟ ପରମ ଶ୍ରୀ ହରି
ହେ ପ୍ରଭୁ କରୁଣା କର ।।୦।
ସଜାଡ଼ି ରଖିଛି ହୃଦ ସିଂହାସନ
ଭକତି କୁସୁମ ତୋଳି
ଧୋଇଦେବି ତୁମ କଞ୍ଜ ପୟରକୁ
ନୟନୁ ଲୋତକ ଢାଳି
ଦୁଃଖ ବେଦନା ଅର୍ଘ୍ୟଥାଳୀ ଧରି
ବନ୍ଦାଇବି ଚକ୍ରଧର ।।୧।
ଦୟାମୟ ତୁମେ ଭାବଡୋରେ ବନ୍ଧା
ନାମ ଭାବଗ୍ରାହୀ ବୋଲି
ଭାବରେ ବାନ୍ଧିବି ତୁମକୁ ମାଧବ
ନ ଯାଅ ମୋ ଠାରୁ ଚାଲି
ମୋହମାୟା ଠାରୁ ଦୂରେ ରହୁ ମନ
ସେବିବି ତୂମ ପୟର ।।୨।
ଭକତର ବନ୍ଧୁ ତୁମେ ଦୀନବନ୍ଧୁ
ଶରଣ ରକ୍ଷଣ ହରି
ସମର୍ପି ଦେଇଛି ଏହି ଜୀବନ ମୋ
ସବୁକିଛି ତ ତୁମରି
ଆହେ ଇଚ୍ଛାମୟ ଜଗତକରତା
ତବ ଇଚ୍ଛା ପୂର୍ଣ୍ଣ କର ।।୩।


ଘନଶ୍ୟାମ ସାହୁ
ଯୁଗ୍ମ ସମ୍ପାଦକ- ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡ।,
ପୋ- କିଶୋର ଗଞ୍ଜ, ଜିଲ୍ଲା-ଅନୁଗୋଳ,
ମୋବାଇଲ ନମ୍ବର- ୯୪୩୭୬୬୪୫୩୭
ପିନ୍ କୋଡ- ୭୫୯୧୨୭

Post a Comment

0Comments
Post a Comment (0)