ଫଗୁଣ ରଙ୍ଗରେ ଶ୍ରାବଣ ମେଘରେ
ମିଠା ମହକରେ ତୁମେ
ଫୁଲର ଓଠରେ ଜହ୍ନର ପିଠିରେ
ପ୍ରିତୀର ଡ଼ହକେ ତୁମେ ।
ଗୋଲାପ ଵନର ଗୋଲାପରାଣୀ ଗୋ
ପ୍ରଜାପତି ତୁମ ସାଥି
ପୂନେଇଁ ରାତିର ପୂନେଇଁ ଜହ୍ନ ଗୋ
ତୁମ ପାଇଁ ହସେ ରାତି ।
ରାତିରେ ଦିନରେ ସଞ୍ଜ ସକାଳରେ
ଶୀତ ଶରତରେ ତୁମେ ।
ତୁମକୁ ଭାଵିଲେ ଚାରିପାଖେ ମୋର
ଘୂରିବୁଲେ ତୁମ ଛାଇ
ତୁମେ ମୋନାଲିସା ହସ ମହୁ ମିଶା
ତୁମେ ମୋର ନୀଳକଇଁ
ହସରେ ଖୁସିରେ ଦେହରେ ମନରେ
ନିଦରେ ସ୍ୱପ୍ନରେ ତୁମେ
ତୁମ ପାଇଁ ନଈ ଆନମନା ହୋଇ
ଦରିଆକୁ ପାଏ ଭଲ
ଅଶିଣ ଆକାଶେ କାକରର ଟୋପା
ଭୋଦୁଅର ଜହ୍ନି ଫୁଲ
ଖରାରେ ଛାଇରେ ନାଆରେ ନଈରେ
ଗପରେ ଗୀତରେ ତୁମେ
ପ୍ରକାଶ କୁମାର ଚାନ୍ଦ
ଜୟପୁର ଶାସନ, ପିପିଲି, ପୁରୀ
ମୋ- ୯୮୫୩୩୫୪୯୩୮
ତୁମେ ହିଁ ତୁମେ - ପ୍ରକାଶ କୁମାର ଚାନ୍ଦ
July 18, 2018
0
