ପରମାଣୁ ଗଳ୍ପ - ଏକ ସୁନ୍ଦର ମିଛ - ଅମିତ ରଣା
July 18, 2018
0
ହଠାତ୍ ତା ମୁହଁକୁ ଦେଖି ଅପ୍ରତିଭ ହେଇପଡିଲି । ତା ସ୍ୱାମୀ ଓ ଦୁଇ ପୁଅଙ୍କୁ ଧରି ସେ ବେଶ ଖୁସିରେ କିଣାକିଣି କରୁଥିଲା ସପିଙ୍ଗ ମଲ୍ ରେ । ଇଏ ସେଇ ସୁମିତ୍ରା ଯିଏ ଦିନେ ମୋ କାନ୍ଧରେ ମୁଣ୍ଡ ରଖି କହିଥିଲା, "ମୁଁ ତୁମ ବିନା ବଞ୍ଚି ପାରିବିନି !"
