ରଥ ଯାତରା - ଜିତେନ୍ଦ୍ର ସାହୁ

0
ରଥପରେ ବସି ମରୁକି ସେ ହସି
କେମିତ ଚାହୁଁଛି କାଳିଆ ସୁନା,
ନଅଦିନ ପାଇଁ ଯିବ ବୋଲି ସେହି
ଲକ୍ଷ୍ମୀ ଠାକୁରାଣୀ ମାଆଙ୍କ ବିନା,,।।
ଥରୁଟିଏ ହେଲେ ଭାବୁନାହିଁ ଭଲେ
ଭକତଙ୍କ ଭିଡ ପାଖରେ ଦେଖି,
ମାଆଙ୍କୁ ଯେ ଛାଡି ନନ୍ଦିଘୋଷେ ଚଢି
ଆସୁଛି ଆନନ୍ଦେ ଝୁଲି ଚକାଆଖି,,।।
ଯାତରା ତାହାର ଲୀଳାବି ଅପାର
ସହଜେ ଗଡେନି ରଥର ଚକ,
ହରିବୋଲ କହି ହୁଳହୁଳି ଦେଇ
କହିପାରୁଥାଏ କଥାବି ମୁକ,,।।
ତତଲା ବାଲିର ଉତ୍ତାପେ ଭକ୍ତର
ପାଦକୁ ଲାଗେନି ଯମାରୁ ବାଧା,
ରଥ ଦଉଡିରେ ରଖି ହାତ ଧିରେ
ଟାଣିଦେଲେ ଦୁଃଖ ହୁଅଇ ଅଧା,,।।
ରାଜା ପରା ସିଏ ମନ ମୋହି ନିଏ
ଲଗାଇ ଭାବର କୁହୁକ ଅଠା,
ଯାଉଛି ଖାଇବ ମାଉସୀ ଖୋଇବ
ଦି'ଭାଇ ଭଉଣୀଙ୍କୁ ପୋଡ ପିଠା,,।।


ଜିତେନ୍ଦ୍ର ସାହୁ
ଏମ୍. ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0Comments
Post a Comment (0)