ଧରୁଛି ହାତକୁ ଭିଡ଼ି,
ସେଥିପାଇଁ ବୋଧେ ତୋ ଆଡ଼କୁ ଜଗା
ପାରୁନି ମୁଁ ହାତ ଯୋଡ଼ି।
ନଟେଇ ତୋ ହାତେ ଚଲଉଛୁ ମତେ
ମୁଁ ତ ତୋର ହାତ ଗୁଡ଼ି,
ଟାଣିନେରେ ମତେ ପାଖକୁ ତୋହର
ପାରୁନି ମୁଁ ଆଉ ଉଡ଼ି।
ଭାବଗ୍ରାହୀ ତୁହି ଭାବର ଠାକୁର
ଯାଇଛି ମୁଁ ବାଟ ହୁଡି,
ପୁଣ୍ୟର ରାସ୍ତାରେ ଚାଲିବି ଭାବିଲି
ପାପ ପଙ୍କେ ଗଲି ବୁଡି।
ବେଳ ଥାଉ ଥାଉ କରିନେ ଆପଣା
ନ ଭରୁ ଏ ପାପ ପେଡି,
ଅନ୍ଧପୁଟୁଳି କୁ ଖୋଲିଦେ ନୟନୁ
ଛିଣ୍ଡେଇ ମାୟାର ବେଡି।
କିଞ୍ଚିତ ପୁଣ୍ୟକୁ ମେଞ୍ଚାଏ କରିଦେ
କିଛି ପୁଣ୍ୟ ଦିଏ ଯୋଡ଼ି,
ପୁଣ୍ୟବତୀ ମତେ କରିଦେ କାଳିଆ
ପାପକୁ ଦେ ମୋର ଫେଡି।
କରୁଣାମୟ ହେ କରୁଣାର ସିନ୍ଧୁ
ଥରୁଟେ ନିଅ ଜାବୁଡି,
ଡୋରି ଯଦି ତୋର ଲାଗିବ ନିଶ୍ଚୟ
ଟାଣନ୍ତି ରଥ ଦଉଡି।
ଘୁଁ ଘୁଁ ହୋଇ ରଥ ଚାଲୁଥିବ
ବଡ଼ ଦାଣ୍ଡେ ଗଡ଼ି ଗଡ଼ି,
ରଥ ଚକ ତୋର ଗଡିଯାଆନ୍ତା କି
ପାପୀ ଦେହଟାରେ ମାଡ଼ି।
ତୋ ଚକାମୁଖକୁ ଦେଖି ଦେଖି ମୋର
ଜୀବ ଯାଆନ୍ତା କି ଛାଡ଼ି,
ଐହରାଣୀ ହୋଇ ବିଲୀନ ହୁଅନ୍ତି
ହାତେ ଥାଇ ନାଲି ଚୁଡି।
ଜଗାମୟ ମତେ ଦିଶେ ଖାଲି ଏବେ
ଗଲି ତୋ ପ୍ରେମରେ ପଡି।
କର୍ଣ୍ଣହୀନ ବୋଲି ଶୁଣୁଛୁ କି ନାହିଁ
କେତେ ମୁଁ କରୁଛି ରଡି।
