ତୁମେ ହିଁ ଅତୀତ ତୁମେ ଭବିଷ୍ୟତ
ଦାରୁବ୍ରହ୍ମେ ପ୍ରତିଷ୍ଠିତ
ସର୍ବ ଘଟେ ସ୍ଥିତ ତୁମେ ପରଂବ୍ରହ୍ମ
ଆତ୍ମା ରୂପେ ବିରାଜିତ...
ଭକତର ପ୍ରାଣ ଭକତ ସ୍ପନ୍ଦନ
ଭକତର ଲାଗି ଯାତ
ନବ ଯଉବନେ ଦେଇ ଦରଶନ
ଭକ୍ତ ହୃଦେ ଅବସ୍ଥିତ....
ଭରଷାର ଦୀପ ଜଳେ ଦପ ଦପ
ଆଶିଷ ଦିଅହେ ଢ଼ାଳି
ବିଶ୍ବରେ ବିରଳ ଥାଉ ଏ ଉତ୍କଳ
ଦୁଃଖ ଶୋକ ଯାଉ ଜଳି....
ବିଶ୍ବରେ ବିରଳ ଥାଉ ଏ ଉତ୍କଳ - ସନ୍ତୋଷ ପଟ୍ଟନାୟକ
July 14, 2018
0
