ସିଏ ତ ଆମରି ମାଆ - ତ୍ରିଲୋଚନ ଦାସ

0

ଅତି ଆପଣାର ହୋଇଥାଏ ଯିଏ
ଦୁଃଖରେ କହଇ ଆହା
ଅନ୍ତଫାଡି ଯିଏ ଜନମ ଦେଇଛି
ସିଏ ତ ଆମରି ମାଆ।।୦।।

ଥନ ଭାଙ୍ଗି ଖିର ଖୁଆଇଛି ଯିଏ
ଜୀବନ ଦେଇଛି ଦାନ
ପଣତ କାନିରେ ଘୋଡେଇ ରଖିଛି
ଖୋଜିନାହିଁ ଯଶମାନ
ହାତଧରି ବାଟ କଢେଇ ନେଇ ସେ
ଜହ୍ନକୁ ଡାକିଛି ଆଆ ।।୧।।
ଅନ୍ତଫାଡି ଯିଏ.......

ମୁଣ୍ଡର ଝାଳକୁ ତୁଣ୍ଡରେ ମାରିଛି
ରକତକୁ କରି ପାଣି
ଉପାସରେ ରହି ପେଟ ଚିହ୍ନି ଯିଏ
ଆଧାର ଦିଅଇ ଆଣି
ତିଳତିଳ ଜଳି ହାରିଯାଇ ନାହିଁ
ବିପଦେ ହୋଇଛି ଠିଆ ।।୨।।
ଅନ୍ତଫାଡି ଯିଏ.........



ଶ୍ରୀବିହାର, ଖୋର୍ଦ୍ଧା
ପିନ୍- ୭୫୨୦୫୫
ଶୂନ୍ୟଭାଷ- ୯୮୫୩୫୩୫୦୯୫

Post a Comment

0Comments
Post a Comment (0)