ଚତୁର୍ଦ୍ଧା ମୂରତି ପ୍ରଭୁ ଶିରୀପତି ନିଦାଘ ଦାଉରେ ହୋଇ ବିମୁଖ
ସ୍ନହାନ ପାଇଁକି ରତ୍ନବେଦୀ ଛାଡି
ଉଭା ହୋଇଛନ୍ତି ବିଶ୍ବ ପାବକ , କଳା ଶ୍ରମୁଖ ।।
ବାମପଦ ବୃଦ୍ଧାଙ୍ଗୁଳି ନଖକୋଣୁ ଗଙ୍ଗା ଯାର ଝରୁ ଥାଇ
ସୁନାକୂପ ଜଳେ ସ୍ନାହାନ କରିବେ ଥିବ ମନ୍ତ୍ର ପୂତ ହୋଇ
ଅପୂର୍ବ ଠାକୁର ଅପୂର୍ବ ତା ଲୀଳା
ଅପୂର୍ବ ନୀଳାଦ୍ରି ମହା ନାୟକ , କଳା ଶ୍ରୀମୁଖ ।।
ମତ୍ତଗଜ ଠାଣି ଅପୂର୍ବ ଚାହାଣି ଚକା ଡୋଳା ପଦ୍ମ ଆଖି
କଳା ଐରାବତ ମଣ୍ଡପେ ବିଦିତ ଥୋଡପାହାଡ କୁ ଟେକି
ତିନି ଲୋକ ଲୋକ କରନ୍ତି ଦର୍ଶନ
ହର, ବ୍ରହ୍ମା ,ଇନ୍ଦ୍ର କରନ୍ତି ଜପ , କଳା ଶ୍ରୀମୁଖ ।।
ଦୟଣା ଗଜରା ତୁଳସୀ ର ହାର ଦୂବେ ବିଶୋଭିତ ଦାରୁ
ବିନତା ନନ୍ଦନ ଯାହାର ବାହାନ ମହାପ୍ରଭୁ ମହାମେରୁ
ରତ୍ନ ଚନ୍ଦ୍ରତାପ ତଳେ ଝଳେ ରୂପ
ମସ୍ତକେ ଝଟକେ ମୟୂର ପୁଚ୍ଛ , କଳା ଶ୍ରୀମୁଖ ।।
ପତିତପାବନ ପୁଣି ତାଙ୍କ ନାମ କରନ୍ତି ପତିତ ଉଦ୍ଧାର
ତେଣୁ ଏ ପତିତ ପ୍ରଫୁଲ୍ଲ ଡାକଇ ଆହେ ସୁଦର୍ଶନ ଧର
ଏତେ ପାପ,ତାପ ମହୀର ବିଳାପ
ଶୁଣ ଦାରୁ ବ୍ରହ୍ମ ନୋହି ବିମୁଖ , କଳା ଶ୍ରୀମୁଖ ।।
ମଙ୍ଗଳାଯୋଡି, ଖୋର୍ଦ୍ଧା
