ଫଗୁନର ସବୁ ରଂଗ ଉଧାର ମାଗି
ଦେଇଛେଁ ବିଛି ତୁମର ଆଏଲା ବାଟେ
ଖୁଲା ଆକାଶେ ପୀରତିକରା ତରା ଯେତେକେ
ବେହେଲେଇ ଫୁସଲେଇ
ଖଂଜି ଦେଇଛେଁ ସ୍ବାଗତ ତରନ କରି
ଭରସାର ଚଉଖଟେ।
ନୂଆଁ ଭୁଆସେନ ଲେଖେ
ଡୋନ୍ ଖେଲୁଛେ ଜନ୍
ଭସା ମେଘର ପନତ ତଲେ
ଉସନାକେ ହେଇ ଛନ୍ ଛନ୍
କଇଁର ପ୍ରେମେ ମଗନ୍।
ଭାଏଲ୍...
ଫେର୍ ପାରମି ଶୁନି
ପାଏଁଝୋଲ୍ ରୁମ୍ ଝୁମ୍
ତମର କଁଷି ଦିହିର କୁଆଁରୀ ମହକେ
ମୋର ଚଡ଼କିଲା ଘରେ ଦୁଆରେ
ସୁଖ ଶରଧା ଝୁନି।
ପୀରତିର ସିନ୍ଦୂର ଗାରେ
ଭାବର ଅଲତା ଧାରେ
ସାଜି ଦେଇ ତମକୁ
ଖୁସ ହେମି...ଦେମି ଜଜ୍ ବଜ୍
ଭିଜି ତୁମର ସୁରେ।
ଆଏବ ବଲି
ମୋର ଅତୁଟ ଆଶକେ ଆଶରି
ଲିପି ସାଏଲିନ
ଘର ଦୁଆର
ଟଖାନର ଜାଜୁରମାନ ଆଁଖଲେ
ସାଫ୍ ସୁତର୍ କରି।
କୁଶମେଲ, ଝାରସୁଗୁଡ଼ା
ସମ୍ବଲପୁରୀ କବିତା - ଆଏବ ବଲି - ରାଜେଶ ପୂଜାରୀ
July 30, 2018
0
