ଆସ ଆସ ଧନ ମନ ଛନ ଛନ
ଆଉ କର ନାହିଁ ଡେରି
ବଡଦାଣ୍ଡେ ତିନିରଥକୁ ଦେଖିବା
ଜଗା ଲଗାଇଛି ଡୋରି ।
ରଥରେ ଦେଖିବା ଚତୁର୍ଧା ମୂରତି
ଜୀବନ ହୋଇବ ଧନ୍ୟ
କୋଟି ଜନମର ପାପ ଧୋଇଯିବ
ସତ ହୋଇବ ସପନ ।
ଭାବ ଵିନୋଡ଼ଦିଆ ମାୟା ଲାଗାଇଛି
ଏମନ କରିଛି ଚୋରି
ଆସ ଆସ ଧନ ମନ ଛନ ଛନ
ଜଗା ଲାଗାଇଛି ଡୋରି - - - -
ସଂସାର ଜାଲରେ ପଡି ଦିନ ଗଲା
ମରୀଚିକା ପଛେ ଧାଇଁ
ଅମୃତ ର ଧାରା ବରସି ଯିବରେ
କଳା ବାମାନକୁ ଚାହିଁ ।
ଏ ଶେଷ ସପନ ସତ ହେଇ ଯାଉ
ତା ରଥ ଦଉଡି ଧରି
ଆସ ଆସ ଧନ ମନ ଛନ ଛନ
ଜଗା ଲାଗାଇଛି ଡୋରି - - - -
ସିଦ୍ଧେଶ୍ବର ତ୍ରିପାଠୀ
