ଇଶ୍ୱରଙ୍କ ଦାନ ଇଏ,
ଅସାବଧାନତା ଆପଣେଇ ନେଲେ
ଦେହ ଛାଡି ଆତ୍ମା ଯାଏ।
ମାନିଲେ ନୀୟମ ନେବ ନାହିଁ ଜମ
ଜାଣି ଯାଅ ଅକାଳରେ,
ରାସ୍ତାରେ ସଜାଗ ହୋଇ ଚଳୁଥିଲେ
ହସ,ଖୁସି ତୁମ ଘରେ।
କେବେ ନିଜ ଭୁଲ କେବେ ଅନ୍ୟ ଭୁଲ
ଦର୍ଶାଏ ମୃତ୍ୟୁର ଦେଶ,
ଭୁଲକୁ ସୁଧାରି ଭଲ ଆପଣାଅ
ଅବେଳେ ନ ହେବ ଶେଷ।
ଗାଡି ଦେଖି ଚାହିଁ, ପାରି ହେବ ଯାଇ
ମୁଣ୍ଡେ ପିନ୍ଧି ଶିରସ୍ତ୍ରାଣ,
ସିଟବେଲଟଟି ପିନ୍ଧୁଥିବ ସଦା
ନଚେତ ଉଡ଼ିବ ପ୍ରାଣ।
ଟ୍ରାଫିକ ସକେଂତ ଭାରି ଉପକାରୀ
ସଚେତନ ଦିଏ କରି,
ଉଲଘଂନ ତାକୁ ନ କରିବ କେବେ
ନ ହେଲେ ଯିବୁ ସେ ପାରି।
ଗାଡ଼ି ର ବେଗକୁ ଆୟତ୍ତରେ ରଖ
ଦ୍ରୁତ ଗତି ଅଟେ ମନ୍ଦ,
ରୋମାଞ୍ଚ ଦେଲେ ବି ଆଣିବ ବିପତ୍ତି
ଛଡ଼ାଇବ ସେ ଆନନ୍ଦ।
କରି ମଦ୍ୟପାନ ଚଲାଇଲେ ଯାନ
ହୁଡିପାରେ ତୋର ଲୟ,
ନିଶାଦ୍ରବ୍ୟଠାରୁ ଦୁରେଇ ରହିଲେ
ଯାତ୍ରା ହେବ ସୁଖମୟ।
ଦୁର୍ଘଟଣା ହେଲେ ବଡ ଗାଡ଼ି ଦୋଷ
ଧରନ୍ତି ସଭିଏଁ ଜନ,
ବଡ଼ଗାଡି ନୁହେଁ ଭୁଲ କରେ କେବେ
ପଦଚାରି ,ଛୋଟଯାନ।
ତୋ ସସାଂର ପାଇଁ କେତେ ତୁରେ ଲୋଡ଼ା
ଏ କଥା ଜାଣୁ ତୁ ଭଲେ,
ଉଜୁଡା ସସାଂର କିଏ ସଜାଡ଼ିବ
ଅକାଳେ ତୁ ଚାଲିଗଲେ।
ହୁଅ ସଚେତନ, କର ସଚେତନ
ରାସ୍ତାର ନୀୟମ ମାନ,
ନିଜର ସୁରକ୍ଷା ତୋ ନିଜ ହାତରେ
ହୁଅ ଟିକେ ସଚେତନ।
