ରଥାରୂଢ଼ ପ୍ରଭୁଙ୍କର ଦର୍ଶନ
ହୁଅନ୍ତି ପାବନ ପତିତ ଜନ ।
ବରଷ କେ ଥରେ ରଥ ଯାତରା
ଜାଗା, ବଳଭଦ୍ର, ଭଗ୍ନୀ ସୁଭଦ୍ରା
ବିରଳ ଏ ଦୃଶ୍ୟ କି ମନୋହର !
ଲୋକାରଣ୍ୟ, ଜନ ବନ୍ଧୁ ସାଗର ।
ଯିବାକୁ ଉଚ୍ଛନ୍ନ ପ୍ରଭୁଙ୍କ ମନ
ପହଞ୍ଚିବେ ମାଉସୀଙ୍କ ସଦନ ।
ଦେଖାଇବେ ତାଙ୍କ ଦଶାବତାର
ସରିଲେ ମଉଜ ଫେରିବେ ଘର ।
ପୋଡ଼ ପିଠା ତାଙ୍କ ଶରଧା ବଡ଼
ଲଭିବେ ମାଉସୀ ହାତ ସୁଆଦ ।
ଉତ୍କଳର ରାଜା ବିଶ୍ଵ ଦେବତା
ହୃଦ ଦାନେ ଭକ୍ତ ଜଗତଜିତା ।
ସିଏ ପରା ଆମ ମୁକତି ଦାତା
ଶ୍ରୀ ଚରଣେ ତାଙ୍କ ନୁଆଏ ମଥା , ।
