ଅବୁଝା ମୋ ପ୍ରିୟତମା - ଜିତେନ୍ଦ୍ର ସାହୁ

0
ଅଳପ ହସୁଛି ଅଳପ ଋଷୁଛି
ବୁଝୁଛି ବୁଝୁନି ଯମା,
ବୁଝିପାରୁନାହିଁ ହୁଏ କିସ ପାଇଁ
ଅବୁଝା ମୋ ପ୍ରିୟତମା,,।।
କଥାରେ କଥାରେ ରାଗେ ଅଯଥାରେ
ରାଗଟା ପୁଣି ବାହାନା,
ମନ ପୁଣି ମୋହେ ଏମିତି ଯେ କହେ
କଥା ଯମାରୁ ସରେନା,,
କେବେ ଗାଳିଦିଏ ପୁଣି ତୋଳି ନିଏ
ମାଗି ସିଏ ମତେ କ୍ଷମା,
ବୁଝିପାରୁନାହିଁ ହୁଏ କିସ ପାଇଁ
ଅବୁଝା ମୋ ପ୍ରିୟତମା,,।।
ଅଳପ ବୟସୀ ବୋଲି ସିଏ ବେଶୀ
ପାରୁନି କି ବୋଧେ ଜାଣି,
ମନତ କହୁଛି ତଥାପି ଭାବୁଛି
ଫୁଲେଇ କଥା ତା ଶୁଣି,,
କେବେ ଦିଏ ଚିଠି ପୁଣି କେବେ ଛାଟି
ହାତକୁ କରି ମୋ ଝିମା,
ବୁଝିପାରୁନାହିଁ ହୁଏ କିସ ପାଇଁ
ଅବୁଝା ମୋ ପ୍ରିୟତମା,,।।


ଜିତେନ୍ଦ୍ର ସାହୁ
ଏମ୍. ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0Comments
Post a Comment (0)