ତୁ ନମିଳିଲେ ତତେ ନ ପାଇଲେ
ଜିଇଁଵାଟା ଅସମ୍ଭବ
ଜୀବନରେ ଯଦି ତୁ ନ ଆସିବୁ
ଜୀବନ ରଖି କି ଲାଭ
ମୋଆଖି ଆଗରେ ଆଉ କା ସାଥିରେ
ପଡ଼ିବ ତୋ ହାତ ଗଣ୍ଠି
ଦେଖିବା ଆଗରୁ ଆଖି ଦୁଇ ମୋର
କାହିଁକି ନଗଲା ଫୁଟି
ଫୁଟିବାର।ଥିଲା ପ୍ରେମ ଫୁଲ ମୋର
କଢିରୁ ହୋଇଲା ଶଵ। ।।
ଜୀବନରେ ଯଦି......
ଅଜାଗା ଘାଆ ଟା ଦେଖେଇ ହଉନି
ହଉନି ଜମାରୁ ସହି
ଜିଇଁଵାଟା ଆଜି ଭାରି କଷ୍ଟ ଲାଗେ
ପାରୁନାହିଁ ଜମା କହି
କହିଵାର ଥିଲା ତତେ କେତେ କଥା
ଆଉ କିବା କହି ହେବ
ଜୀବନରେ ଯଦି......
ପ୍ରକାଶ କୁମାର ଚାନ୍ଦ
ଜୟପୁର ଶାସନ, ପିପିଲି, ପୁରୀ
ମୋ- ୯୮୫୩୩୫୪୯୩୮
ଜିଇଁଵାଟା ଅସମ୍ଭବ - ପ୍ରକାଶ କୁମାର ଚାନ୍ଦ
July 22, 2018
0
