ଅଭିଶପ୍ତ ତପସ୍ଵୀ - ଲକ୍ଷ୍ମୀନାରାୟଣ ପଟ୍ଟନାୟକ

0

ନିଃସଙ୍ଗ ହୃଦୟ ଉପବନର
ଅଭିଶପ୍ତ ତପସ୍ଵୀଟିଏ ମୁଁ ଆଜି !
ଖୋଜୁଛି ସେଇ ଭଗ୍ନ ଅତୀତକୁ...
କେତେ ଯେ ଆଙ୍କିଥିଲ ତୁମେ ପ୍ରେମର ତୁଳୀକଳ୍ପ... ।

ଆଜି କିନ୍ତୁ,
ବୀସ୍ତିର୍ଣ୍ଣ ସାଗର ବେଳାର କାହାଣୀ ସବୁ
ଅସ୍ପଷ୍ଟ ହୋଇଗଲାଣି
ଅମାବାସ୍ୟାର ଉତ୍ତାଳ ତରଙ୍ଗରେ,
ତଥାପି ଲିଭୁନି ମନୁ
ଅବା, ହୋଇ ମୁଁ ପାରୁନି ନିର୍ମୋହ
କେବଳ ସେଇ ପ୍ରୀତିଭରା
ସଂଳାପକୁ ସାଉଁଟି ସାଉଁଟି
ପହଞ୍ଚିଛି ଆଜି ଦୂର ଦିଗବଳୟର
ଅନ୍ତହୀନ ଇଲାକାରେ... ।

କି ଲାଭ ପାଇଲ ଅବା
ସଜେଇ ଦେଇ ତପସ୍ଵୀଟିଏ
ଏଇ ଭଙ୍ଗାମନର ଉପବନରେ... ?
ନା ହୋଇ ପାରୁଛି ଉପଶମ
ମୋ କ୍ଷତାକ୍ତ ହୃଦୟର... !
ନା ମିଳୁଛି ମତେ ମୋ ସାଧନାର ପ୍ରାପ୍ତି !!

Post a Comment

0Comments
Post a Comment (0)