ସବୁ ଏଠି ଭାଇ ଭାଇ,
ଏ ଦେଶ ମାଟିରେ ଗଢ଼ା ମୋର ଦେହ
ଏଇ ମୋ ଜନମ ଭୂଇଁ।
ରକତ ନିଗାଡି କାରାଦଣ୍ଡ ସହି
ଜୀବନ କୁ ଦେଇ ଦାନ,
କଷଣ କରିଣ ବାପ ଅଜା ଆମ
ଦେଶ କୁ କଲେ ସ୍ୱାଧିନ।
ତରୁଲତା ଭରା ଶସ୍ୟଶ୍ୟାମଳା
ଅପରୂପ ତା'ର ଶୋଭା,
ପାହାଡ ନଦୀ ସବଜିମା ଭରା
ଅନିନ୍ଦ୍ୟ, ଅଭେଦ୍ୟ ଆଭା।
ମା' ପରି ସିଏ ବକ୍ଷରେ ତା'ର
ରଖିଛି କରି ନିଜର,
ବିଭିନ୍ନତା ମଧ୍ୟେ ଏକତା ଅଟଇ
ଭାରତମାତାର ସ୍ୱର।
ତାରି କୋଳରେ ଜନମିଅଛନ୍ତି
କେତେ ଗ୍ୟାନିଗୁଣୀ ଜନ,
ବିଶ୍ୱ ଇତିହାସେ ପ୍ରସିଦ୍ଧ ଯା'ର
କଳା,ସଂସ୍କୃତି ମାନ।
କିଏ କହେ ଏଠି ତେଲୁଗୁ,ମରାଠୀ
କିଏ କହେ ପୁଣି ଓଡ଼ିଆ।
ଭିନ୍ନ ଭାଷା, ଭିନ୍ନ ଭେଶ ହେଲେ ବି
ମୋ ଦେଶ ସବୁଠୁ ବଢିଆ।
ଜନମି ଆଜି ମୁଁ ଏ ଦେଶ ମାଟିରେ
ହୋଇଗଲି ସତେ ଧନ୍ୟ,
ଏମିତି ଦେଶରେ ଜନମି ଥିଲେ
ଲୋଡ଼ା ନାହିଁ କିଛି ଅନ୍ୟ।
ୟେହି ମୋ ଦେଶ ଭାରତ ଭୂଇଁ
ତା' ପରି କେହି ନାହିଁ,
ଚାଲରେ ପିଲେ ମିଶି କହିବା
ଭାରତ ମାତା କି ଜୟେ।
