ପାଠ ପଢା ସରିଗଲା
ହେଲା ଛୁଟି ବେଳ,
ଆସରେ ପିଲେ ଖେଳିବା ଆମେ
ନା ନା ରକମ ଖେଳ ।
ମୁନା ମୁନି ପଡ଼ିଆ ଗଲେ
ସାଙ୍ଗରେ ବଲ୍ ନେଇ,
ଝଗଡ଼ା କଲେ ଭଉଣୀ ଭାଇ
ବଲ୍ ଧରିବା ପାଇଁ।
ମୁନା କହିଲା ମୁଁ ଆଗ ଖେଳେ
ମୁନି କହିଲା ମୁଁହିଁ,
ଦୁଇ କଳିରୁ ଅନ୍ଯର ଲାଭ
କଳି କରନା କେହି ।




ଶୁଭକାନ୍ତ ସାହୁ
ଗୋପବନ୍ଧୁ ହାଇସ୍କୁଲ, ପୋଲସରା, ଗଂଜାମ
ମୋ:୯୦୪୦୩୨୦୧୮୬