ତୁମ ମାନ ଙ୍କ ର କିଛି ହେବନି
ହେଲେ ଦେଖ ଏ ଦେଶକୁ
ମୁଁ ମରିନି, ମରି ପାରିବିନି
ଏଇ ଧରିତ୍ରୀ ସବୁ ଦେଖିଛି
ଦେଖିଛି ତୁମର କାପୁରୁଷ କୁ
ଦେଖିଛି ସେହି ବିଭସ୍ତ୍ର ମୂହୁର୍ତ୍ତକୁ,
ଦେଖିଛି ମୋର ଏତେ
କମ ବୟସ ର ଅସହାୟତାକୁ
ଜାଣିଛି ମୋ ର ଇଛା କୁ
ଧୂଳି ଖଳ ଆଉ କଣ୍ଢେଇ ଘର
ଆଉ ତୁମ ମାନ ଙ୍କ ର ଇଛା କୁ
କେତେ କର୍ଦଯ୍ୟ ତୁମର ଲାଳସା,
ଯେତେଦିନ ଏ ଧରା ରେ ତୁମର
ବଂଚିବାର ଥିବମୋ ସାଙ୍ଗରେ
ଘଟିଥିବା ଘଟଣା ହିଁ ତୁମ କୁ
ଉପହାସ କରୁଥିବ,
ମୋ ରକ୍ତ ମାଂସ ଆଜି
ଏହି ଧରିତ୍ରୀ ମାଟି ରେ ମିଶି ଯାଇଛି
ହେଲେ ମିଶି ନି ମୋ
ଦେହ ର ବାସ୍ନା ମୋ କୋମଳ
ଶରୀର ର ବାସ୍ନା ଆଜି
ଚତୁର୍ଦିଗ ବ୍ୟାପି ସାରିଛି
ହିନ୍ଦୁ ହୁଅ କୁ ମୁସଲିମ
ତୁମେ ବି କାହାର ଭାଇ ହୋଇଥିବ
କାହାର ମାମୁ କି ଦାଦା
ଥରେ ଆଖି ବୁଲାଇ ତାଙ୍କ
ଉପରକୁ ତାଙ୍କ ଭିତରେ ଥରେ
ମୋତେ ଦେଖିନେବ
ହୃଦୟ କୁ ପଚାରିନେବ ତାଙ୍କ ସାଥେ
ଏମିତି ହୋଇଠିଲେ କଣ
କରିଥାନ୍ତ ତୁମେମାନେ ଆଉ ???
ତୁମେ ପାତଳରେ ଲୁଚିରୁହ କି
କାରଗାର ରେ ରୁହ
କି ଫାଶୀ ପାଅ କେବଳ
ମୋରି ପ୍ରତିଛବି ହିଁ ତୁମକୁ
ଦୃଶ୍ୟ ମାନ ହେବ,
ଠାକୁର ଯେଉଁ ଠି ହାତ ଟେକି ଦେଲେ
ମଂଦିର ର ଚାରିପଟେ ସେଦିନ
ଓଃ ହୋ କି ଭୟଙ୍କର ଚରିତ୍ର ସେ
ବାପା ,ଭାଇ,ରକ୍ଷକ ମାନଙ୍କର କୁକୁର ପଣିଆ,
ମୁଁ ହିଁ ତ ଈଶ୍ବର
ତୁମକୁ ଦେଇଆସିଲି କ୍ଷମା
ର୍ନିଭୟରେ ଭୋଗ କର
ଏ ଦେଶର ଆଗାମୀ କାଳିମା
ମେଣ୍ଟିଯାଉ ତୁମର କ୍ଷୁଧା।
ମୁଁ ତ ଆଉ ନାହିଁ ହେଲେ
ଖାଲି ଯାହା ସେହି ସ୍ମୃତି କୁ
ଛାଡି ଦେଇ ଆସିଛି।
(ଛୋଟ ମୁସଲିମ ଝିଅ ଆସିଫ ପାଇଁ)
ପ୍ରକାଶ ସାହୁ
ବିଶାଖାପାଟଣା,ଆନ୍ଧ୍ରପ୍ରଦେଶ
0 Comments
You can write now your valuable comments here. Off-topic comments may be removed or deleted without prior notice.