ଛଳନାରେ ଭରା ଶବଦକୁ ଲେଖି
ଦେଇଥିଲୁ ଚିଠି ଗୋଟେ
ମିଛ ବାହାନାରେ ସୁନ୍ଦର ଚିତ୍ରଟେ
ଆଙ୍କିଥିଲୁ ପଛପଟେ ।
ସେଇ ଚିଠି ଆମ ପ୍ରେମର ସନ୍ତକ
ସାଇତି ରଖିଛି ତାକୁ
ସେଇ ଉପହାର ବାର ବାର ଦେଖେ
ଆଖି ଲୁହେ ଭିଜିବାକୁ ।
ଦିନେ ନଦେଖିଲେ ସେ ଉପହାରକୁ
ଭଲ ଲାଗେନାହିଁ ମୋଟେ
ଛଳନାରେ ଭରା ଶବଦକୁ ଲେଖି
ଦେଇଥିଲୁ ଚିଠି ଗୋଟେ ।
ହଜି ଗଲା ତୋର କୁଆଁରୀ ବୟସ
ପ୍ରିୟା ତୁ ବଦଳିଗଲୁ
ସାତ ଜନମର ସାଥୀ ହେବୁ କହି
ଏ ଜନମେ ଧୋକା ଦେଲୁ ।
ଯନ୍ତ୍ରଣା ଦାୟକ କଣ୍ଟକିତ ପଥେ
ଚାଲି ମୁଁ ପାରୁନି ମୋଟେ
ଛଳନାରେ ଭରା ଶବଦକୁ ଲେଖି
ଦେଇଥିଲୁ ଚିଠି ଗୋଟେ - - -
ସିଦ୍ଧେଶ୍ବର ତ୍ରିପାଠୀ
