ଆମ ପ୍ରେମ - ନିରଞ୍ଜନ ପଣ୍ଡା

0
ଆମ ପ୍ରେମ ପରା ବରଷା ରାଣୀ
ଶ୍ରାବଣରେ ବରଷିବ
ଅସରା ଅସରା ବରଷା ବିନ୍ଦୁରେ
ତନୁ ଦେଶ ଭିଜିଜିବ,
ଆମ ପ୍ରେମ ନୁହେଁ ଝାଞ୍ଜି ବୈଶାଖୀ
ଗ୍ରୀଷ୍ମରେ ତତେଇବ
ବୈଶାଖର ଧୂପ ଶତଲା ସମୀର
ହିମ ହିମ ପରଷିବ,
ଆମ ପ୍ରେମ ସତେ ପୂନେଇଁର ଚାନ୍ଦ
ହୀରା ମୋତି ବିଛାଇବ
ନିସ୍ତବ୍ଦ ଯାମିନୀ ପ୍ରୀତିର ଆଲୋକେ
ଚତ୍ତୁର୍ଦେଶ ଝଲକିବ,
ଆମ ପ୍ରେମ ନୁହେଁ ବଗିଚାର ଫୁଲ
ଭଁଅରଯେ ଚୁମିଯିବ
ପ୍ରେମ ପାରିଜାତ ମୂଲକ ହାଟରେ
ଋତ୍ତୁନେଇ ବାସୁଥିବ,
ଆମ ପ୍ରେମ ଅଟେ ରଙ୍ଗୋଲିର ରଙ୍ଗ
ଫଗୁଣରେ ରଙ୍ଗେଇବ
ରଙ୍ଗ ପଷରାର ଫଗୁ ଅବିରରେ
ଦୁହିଁଙ୍କୁ ରଙ୍ଗେଇଦେବ ,
ଆମ ପ୍ରେମ ପରା ଶାଶ୍ବତ ସମାନ
ତିଳେମାତ୍ର ଛନ୍ଦନାହିଁ
ପ୍ରେମ ପରିଧିର ମୁକ୍ତ ମଧୁଶାଳେ
ସ୍ନେହ ପ୍ରେମ ଢାଳିଦେଇ ||

Post a Comment

0Comments
Post a Comment (0)