ପାପର କର ହେ ଅନ୍ତ - ହୃଷିକେଶ ମିଶ୍ର

0
ଅନାଥ ଜନଙ୍କ ନାଥ ପରା ତୁମ୍ଭେ
ଆହେ ପ୍ରଭୁ ଜଗନ୍ନାଥ,
ପତିତ ଜନଙ୍କ ଉଦ୍ଧାରଣ ପାଇଁ
ଜଗତେ ତୁମେ ବିଦିତ।

ଭକତର ଭକ୍ତି ପରଖୁଛ ସଦା
କଣ୍ଟକିତ ପଥ ଦେଇ,
ସେଇଥି ପାଇଁ କି ଶୀରିକ୍ଷେତ୍ର ଧାମେ
ବସିଛ ମଉନ ହୋଇ।

ତୁମ୍ଭରୀ ଦର୍ଶନ ପାଇବା ପାଇଁ ହେ
ଭକ୍ତ କିଆଁ ଭୟଭୀତ,
ଶ୍ରୀମନ୍ଦିର ଆଜି ସତେ ଅପବିତ୍ର
ସେବାୟତ କଳୁଷିତ।

ଆନନ୍ଦ ବଜାର ମେଳିଣ ଦେଇଛ
ଭକତ ମୁକତି ପାଇଁ,
ହେଲେ ସେଠି ପରା କିଣା ବିକା ହୁଏ
କୈବଲ୍ୟ ପସରା ନାହିଁ।

କଳିଯୁଗ ପାପ ଅସହ୍ୟ ହେଲାଣି
ବେଦ ଆଜି କଳୁଷିତ,
ଏ ମର୍ତ୍ତ୍ୟ ଧାମରେ ଅବତରୀ ତୁମ୍ଭେ
ପାପର କରହେ ଅନ୍ତ।
ପାପର କରହେ ଅନ୍ତ।

Post a Comment

0Comments
Post a Comment (0)