ସାକ୍ଷାତ - ସମିର କୁମାର ବେଉରା

0
କେବେ ଭାବିନଥିଲି
ଜୀବନରେ ଆଉଥରେ
ଦୀପ୍ତି ଦାସ ସହ
ଏମିତି ଅଚାନକ
ଦେଖାହେବ ବୋଲି |
ସେ ହଜି ସାରିଥିଲା
ମୋ ସ୍ମୃତିର ସୌରମଣ୍ଡଳରୁ
ମଜ୍ଜି ସାରିଥିଲା ବୋଧେ ତା
ସୁଖୀ ସଂସାରରେ,
ହେଲେ ଏ ଅଚାନକ ଦେଖା
ମନେ ପକାଇ ଦେଲା
କଅଁଳ ବୟସର ପ୍ରଥମ ପ୍ରେମକୁ
ସମୟ ରହିଗଲା କିଛିସମୟପାଇଁ
ସେ ଦେଖୁଥିଲା ମତେ
ମୁ ଦେଖୁଥିଲି ତାକୁ |
କିଛି ସମୟ ପରେ
ସମୟ ପୁଣି ଚାଲିଲା ତା ବାଟରେ
ଦୀପ୍ତି ଦାସ ମୋଠୁଁ ବିଦାୟ ନେଲା
ପଦୁଟିଏ କଥା ତାର ଶୁଣିପାରିଲିନି
ପଦୁଟିଏ କଥା କହିବିପାରିଲିନି
କଥା ହେଇଥିଲୁ ଦୁହେଁ ଖାଲି ଆଖିରେ ଆଖିରେ
କାରଣ ତା ସ୍ୱାମୀ ଥିଲେ ତା ସାଥିରେ |



କୁଶୁପାଙ୍ଗୀ, ବାଙ୍କୀ, କଟକ

Post a Comment

0Comments
Post a Comment (0)