ରଜ ମଉଜ - ସନ୍ତୋଷ ପଟ୍ଟନାୟକ

0

ରଜ ପର୍ବର ମାହାତ୍ମ୍ୟ:
ଆଷାଢ଼ ମାସର ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନରେ ମାଟି ମା ହୁଏ ରଜସ୍ୱଳା । ପ୍ରଜନନକ୍ଷମ ହେବାକୁ ଯାଉଥିବାରୁ ତିନି ଦିନ ବିଶ୍ରାମ ଦିଆଯାଏ ଧରିତ୍ରୀ ମା' କୁ । ରଜସ୍ୱଳା ତିନି ଦିନ ଯଥା-୧. ଚାଣ୍ଡାଳି,୨. ବ୍ରହ୍ମଘାତିନି ୩. ରଜକୀ କୁହାଯାଏ ।


ଆଷାଢେ ପହିଲି ଛୁଆଁ
ଗରମକୁ ଦେଖି ଲାଗେ ଛାନିଆଁ
ଲାଗେ ଛାନିଆଁ ଲୋ
କାମନାରେ ଜଳେ ହିଆ....

ପାଖେଇ ଆସିଲା ରଜ
ଗାଆଁ ଝିଅ ସବୁ ହେଲେଣି ସଜ
ହେଲେଣି ସଜ ଲୋ,,,
ତିନିଦିନ ଏବେ ହବ ମଉଜ.....

ରଜ ଦୋଳି ପୋଡ଼ ପିଠା
ଗଛ ନାହିଁ ବୋଲି ମନଟା ଖଟା
ମନଟା ଖଟା ଲୋ ,,,
ଦୋଳିପାଇଁ ଚାଲ ପାର୍କ ଯିବା.....

ପୁରଦିଆ ମଣ୍ଡାପିଠା
ଏଣ୍ଡୁରି ଆଡିଶା ଲାଗୁଛି ଅଠା
ଲାଗୁଛି ଅଠା ଲୋ,,,,
ଅଡ଼ର୍ ଦେଏ ତୁ ମିଠା.....

ବିଦେଶରେ ବାପା ଭାଇ
ନୋଟ୍ ବନ୍ଦି ଠୁ କାମତ ନାହିଁ
କାମ ତ ନାଇଁ ଲୋ,,,
ପୋଷାକ କିଣିନି 'ଜାଇ'.....

ବଣରେ ଫୁଟିଲା ମଲ୍ଲୀ
ପଇସା ପାଇଁକି ଏଟିଏମ୍ ଗଲି
ଏଟିଏମ୍ ଗଲି ଲୋ,,,,
ଏକାଉଣ୍ଟ ପୁରା ଖାଲି....

ମତୁଆଲା ମନେ ମଉଜ
ସପନ ହେଲାଣି ସରମ-ଲାଜ
ସରମ-ଲାଜ ଲୋ,,,
ଜିନ୍ସ ପିନ୍ଧିବ ଭାଉଜ.....

ଦିଶୁନି ବିଡିଆ ପାନ
ତମ୍ବାଖୁ ,ମଦରେ ସଭିଙ୍କ ମନ
ସଭିଙ୍କ ମନ ଲୋ
ଚାଲିଛି ନୂଆଁ ଫେଶନ....

ପ୍ରେମରେ ନାହିଁଟି ଜାତି
ଘର ଭୂଆଷୁଣୀ କରେ ପିରତୀ
କରେ ପିରତୀ ଲୋ,,,
ଘରେ ଚାରିପୁଅ ,ପତି.....

ପାଦରେ ଅଳତା ନାଲି
ସବୁ ପରମ୍ପରା ବଣର ମଲ୍ଲୀ
ବଣର ମଲ୍ଲୀ ଲୋ
ସେଲ୍ଫିରେ ରଜ ପାଳିଲି....:



ତିରିଡା, ବେଗୁନିଆପଡା, ଗଞ୍ଜାମ

Post a Comment

0Comments
Post a Comment (0)