ଦୂର ହୁଅଇ ନିଦାଘ ଦାରୁଣ,
ମେଘ ଓ ମାଟିର ଅପୂର୍ବ ମିଳନେ
ହୁଅଇ ରଜ ପରବ ପାଳନ,,।।
ସିଞ୍ଚିହେଲା ପରେ ବୁନ୍ଦାବୁନ୍ଦା ବାରି
ଧରଣୀ ହୁଅଇ ରଜସ୍ବଳା,
ରଜ ତିନିଦିନ ନିଏ ସେ ବିଶ୍ରାମ
କମେଇବାକୁ ତା ଶରୀର ଜ୍ବାଳା,,।।
ଛିଟା ମେଘ ଛାଟି ଚୁମି ଦେଲେ ମାଟି
ବଢେ ମାଟି ମା' ପ୍ରଜନନ ଶକ୍ତି,
ଶୁଦ୍ଧ ସ୍ନାନପରେ ଧରଣୀ ସତରେ
ସମସ୍ତ ପୀଡାରୁ ହୁଅଇ ମୁକ୍ତି,,।।
ରଜର ପରବ ରାଜ୍ୟର ଗୌରବ
କୁଆଁରୀଙ୍କ ସଜ ଲାଗେ ନିଆରା,
ରଜ ଦୋଳି ଖେଳ ସଙ୍ଗେ ପୁଚି ଖେଳ
ରଜନେଇ ଆସେ କେତେ ପସରା,,।।
ଜଙ୍ଗଲେ ହୁଏତ ନାହିଁ ଆଉ ଗଜ
ଆସଇ କିନ୍ତୁ ନୂଆଁ ରଙ୍ଗେ ରଜ,
ରଜଦୋଳି ଗୀତ ନଶୁଭୁ ପଛକେ
ପରମ୍ପରାକୁ ସର୍ବେ ମନେ ହେଜ,,।।
ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ
