ରଜ ଆସିଛି - ପ୍ରଣତୀ ମହାପାତ୍ର

0
ବନସ୍ତେ ଡାକିଲା ଗଜ
ବରଷକେ ଥରେ ଆସିଛି ରଜ..
ରଜ ଆସେ
ରଙ୍ଗବେରଙ୍ଗର ପୋଷାକ ପତ୍ରରେ,
ଗାଆଁ ଆମ୍ବ ତୋଟାରେ,
ବାଡି ତେନ୍ତୁଳି ଗଛରେ,
ବାଉଁଶ ସିଡିରେ,
ଗାଆଁ ଗୋହିରୀରେ,
ନଖିଆ ନନା ପାନ ଦୋକାନରେ,
ବୁଢୀ ମାଆ ର ଢିଙ୍କିଶାଳରେ,
କୂଳ ଭୂଆସୁଣୀ ର ଅଳତାରେ,
ଭେଣ୍ଡିଆ ପୁଅ ଙ୍କ ବାଗୁଡି ରେ,
ମାଆର ପୋଡପିଠାରେ ।
ହେଲେ,
ରଜ ଆଉ ସେମିତି ଆସୁନି,
ଗାଆଁ ଦାଣ୍ଡ ଉତ୍ସବ ମୁଖର ହେଉନି,
ଝିଅ ବୋହୂ ମାନଙ୍କର ଗହଳି ଶୁଭୁନି,
ପୋଡପିଠା ର ବାସ୍ନା ହେଉନାହିଁ,
ତାସ୍, ଲୁଡୁ ର ଆବଶ୍ୟକ ପଡୁନାହିଁ,
ଦଳଦଳ ହୋଇ ଫିଲ୍ମ ଦେଖିବାକୁ
କେହି ଯାଉନାହାଁନ୍ତି।
କି,ଝିଅ ମାନଙ୍କର
ଛଟା ଗୀତ ଶୁଭୁନାହିଁ।
କଦଳୀ ପଟୁଆ ର
ଜୋତା କେହି ପିନ୍ଧୁନାହିଁ।

*କାରଣ*
*କାରଣ*
*ଗାଆଁ ଏବେ ସହରସହର ହେଲାଣି,*
କେମିତି ଗୋଟିଏ ଅଡୁଆ ଅଡ଼ୁଆ ଲାଗୁଥିଲେ ବି,
କାହା ସହ କାହାର ମତ
ମିଳୁ ନ ଥିଲେ ବି,
ବନରେ ଗଜ ର ଦେଖା ନ ଥିଲେ ବି
ସାହିସାହି ଝିଅ ନ ବୁଲୁଥିଲେ ବି
ପୃଥିବୀକିନ୍ତୁ ରଜସ୍ଵାଳା ହେଉଛି,
ବସୁମତୀ ସ୍ନାନ କରୁଛନ୍ତି,
ଶିଳପୁଆ,କଜଳପାତି ରଖି ବୁଢିମା
ସଭିଙ୍କର ଶୁଭ ମନାସୁଛି,
ଗୋଟିଏ ଦିନ ଅରାନ୍ଧିଆ ହେଉଛି,
ବୋହୁ ବାପଘରୁ
ଆମ୍ବ ପଣସର ଭାର ଆସୁଛି,
ପାନ ଗୁଆ,ଗୁଣ୍ଡିର ପୁଟୁଳି ଆସୁଛି,
ଅଳତା ,ସିନ୍ଦୁର,ଶଙ୍ଖା
ସଧବା ବୋହୁଟିର ଭୂଷଣ ଅଛି।
*କାରଣ*
*କାରଣ*
*କାରଣ*
*ଆମେ ଯେତେଯାହା,
ଉନ୍ନତି କଲେ ବି ,
ପୃଥିବୀ ତା ବାଟରେ ଯାଉଛି,
ଆମେ କାହିଁକି ଥକି ପଡି ,
ପୁରୁଣା ସଂସ୍କୃତି କୁଲୋପ କରିବା,
ଆମେ ବି ସଭିଏଁ ମିଳିମିଶି କହିବା,
ବନସ୍ତେ ଡାକିଲା ଗଜ,
ବରଷକେ ଥରେ ଆସିଛି ରଜ,
ଆସିଛି ରଜ ଲୋ
ଘେନି ନୂଆ ସଜବାଜ,
ବଉଳଲୋ
ଆସହେବା ସଜବାଜ ।



ପ୍ରଣତି ମହାପାତ୍ର, ଶିକ୍ଷୟିତ୍ରୀ,
ଫକୀରମୋହନ ନଗର, ବାଲେଶ୍ୱର

Post a Comment

0Comments
Post a Comment (0)