ଜଗନ୍ନାଥ - ଇଂ ଦୀପ୍ତି ରଞ୍ଜନ ପଣ୍ଡା

0

ସ୍ଵର୍ଗପୁରେ ବାସ ତାଙ୍କ ନାମ ତା ବୈକୁଣ୍ଠ
ମର୍ତ୍ତ୍ୟରେ ବାସ ତାଙ୍କର ଅଟଇ ଶ୍ରୀକ୍ଷେତ୍ର
ମହାପ୍ରସାଦରେ ଯିଏ ହୋଇଥାନ୍ତି ତୃପ୍ତ
ନୁହଁନ୍ତି ସେ ଅନ୍ୟ କେହି ସେହି ଜଗନ୍ନାଥ ॥୧॥
ଯାହାଙ୍କର କିଛି ନାହିଁ ଆଦି ଆଉ ଅନ୍ତ
ସୃଷ୍ଟି, ସ୍ଥିତି, ବିଲୟର ଜାଣନ୍ତି ସେ ସୂତ୍ର
କୋଳେଇ ଥାଆନ୍ତି ଯିଏ ଆପଣା ଭକତ
ନୁହଁନ୍ତି ସେ ଅନ୍ୟ କେହି ସେହି ଜଗନ୍ନାଥ ॥୨॥

ତାଙ୍କ ବିନା ହଲେ ନାହିଁ ଦୁବ ଅବା ପତ୍ର
କରୁଥାନ୍ତି ସିଏ ଦିନ କରନ୍ତି ବି ରାତ୍ର
ତାଙ୍କରି ନିର୍ଦ୍ଦେଶେ ଚାଲେ ଏ ସାରା ଜଗତ
ନୁହଁନ୍ତି ସେ ଅନ୍ୟ କେହି ସେହି ଜଗନ୍ନାଥ ॥୩॥
ତ୍ରେତୟାର ରାମ ସିଏ ଦ୍ଵାପରର କୃଷ୍ଣ
ତାଙ୍କ ଦର୍ଶନରେ ମନ ହୁଅଇ ପବିତ୍ର
ଚନ୍ଦ୍ର, ସୂର୍ଯ୍ୟ ତାହାଙ୍କର ଅଟେ ବେନି ନେତ୍ର
ନୁହଁନ୍ତି ସେ ଅନ୍ୟ କେହି ସେହି ଜଗନ୍ନାଥ ॥୪॥

ଗୀତା ହେଉଥାଉ ଅବା ହେଉ ଭାଗବତ
ରାମାୟଣ ଅବା ହେଉ ସେ ମହାଭାରତ
ସବୁରି ମୂଳରେ ବନ୍ଧା ତାଙ୍କରି ସେ ତତ୍ଵ
ନୁହଁନ୍ତି ସେ ଅନ୍ୟ କେହି ସେହି ଜଗନ୍ନାଥ ॥୫॥



ଅଧିକ୍ଷଣ ଯନ୍ତ୍ରୀ, ଏ.ଡି.ବି. ସର୍କଲ, କଟକ
ଦୂରଭାଷ : ୯୪୩୭୦୮୧୩୩୩

Post a Comment

0Comments
Post a Comment (0)