କେଉଁ ଆବାହନ କାଳରୁ ବୋପା ଅଜା ଭିଟାମାଟି ସଦୃଶ୍ୟ ଚିଲିକାରୁ ମାଛମାରି ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜୀବୀ ନା ଆଜି ମାରିପାରୁଛନ୍ତି ମାଛ ନା ପୋଷି ପାରୁଛନ୍ତି ଜୀବନ, ତାଙ୍କ ଆଗରେ ଭିକଓପାଶ ଡହଳ ବିକଳ ପରିବାର, ବୃଦ୍ଧ ଓ ବୟସର ଅପରାହ୍ନରେ ମା'ଓ ବାପା।କାହାକୁ ମୁଠାଏ ଆହାର ଦେବ ଚିନ୍ତା କରିପାରୁନି । ଏ ବି ଚିନ୍ତା କରିପାରୁନି କ'ଣ କରିବ ? ଗାଁରୁ ପାଦ କାଢି ନଥିବା ଲୋକ ଆଜି ବେସାହାରା ଓ ବେରୋଜଗାର ! ବଢ଼ନ୍ତା ଝିଅର ବୋଝ ଆକ୍ତା ମାକ୍ତା କରିଦିଏ । କାହାକୁ ସମର୍ପିବ ଏତେବଡ ଦାୟିତ୍ୱ।ଯାହା କାଳବେଳ ହେଲାଣି,ଭରସି ପାଉନି ନିଜକୁ । ସେଦିନ ମା' କାଳିଜାଇ ସୁମରି ନାଆ ମେଲୁଥିଲା ଚିଲିକାରେ,ହେଲେ ଆଜି ଦିଗହରା ସେ,ନା ଚିଲିକାରେ ବହୁ ସଂଖ୍ୟାରେ ମାଛ ଅଛି, ନା ମାରିପାରୁଛି ସେ । ଚିଙ୍ଗୁଡି ମାଫିଆମାନଙ୍କ ଅକ୍ତିଆରରେ ଚିଲିକାର ଅନେକ ଅଂଚଳ। ରାସାୟନିକ ପଦାର୍ଥ ପ୍ରୟୋଗରେ ଜଳଚର ଜୀବ ଲୁପ୍ତ । ମାଛ କେଉଁଠି ଥିବା ଯେ ସେ ମାଛ ମାରି ଜୀବିକା ନିର୍ବାହ କରିବ ।
ଆଜି ସେ ଦେଶାନ୍ତର ହେବା ପାଇଁ ନିଷ୍ପତ୍ତି ନେଇଛି, ପୁଅ, ଝିଅ, ବାପା, ମା'ପ୍ରତି ପୋଷଣ ନିମନ୍ତେ ଓ ପୁଅର କର୍ତ୍ତବ୍ୟ ସମ୍ପାଦନ ନିମନ୍ତେ । ମା' କାଳିଜାଇକୁ ସୁମରଣା କରି, ତା ଭରସାରେ ତିରିଲା ଝିଅ ଓ ସ୍ତ୍ରୀକୁ ସମର୍ପି ଦାଦନ ଯାଉଛି ଜୀବିକ ଅନ୍ୱେଷଣରେ, ଜାଣେନା ଫେରିବିକି ନା ।
ହୃଷିକେଶ ଜାଲି, ମୁନିଗୁଡା, ରାୟଗଡ,
ଦୂରଭାଷ: ୯୪୩୭୭୪୮୪୫୬
