ସମ୍ପର୍କେ ପଡିଲା ଫାଟ - ପ୍ରକାଶ କୁମାର ଚାନ୍ଦ

0
ଆଉ ଝୁରିବନି ଏଇ ମନ ତତେ
ଆଉ ହସିବନି ଓଠ
ଆଉ ପଡିବନି ତୋ ଗଳିରେ ପାଦ
ଆଉ ହେବି ନାହିଁ ଦୁଷ୍ଟ ॥

ଆଉ ଲେଖିବିନି ତୋ ପାଇଁ ଚିଠିଟେ
ରାତି ସାରା ଚେଇଁ ଚେଇଁ
ଆଉ ଚାହିଁବିନି ତୋହରି ବାଟକୁ
ଛାଇଟିକୁ ସାଥେ ନେଇ
ବୁଝେଇ ଦେଇଛି ମନକୁ ମୋହର
ହେଲେ ହେଉ ପଛେ କଷ୍ଟ ॥


ଆଉ ଯିବି ନାହିଁ ସେଇ ନଈକୂଳ
ଯୋଉଠି ତ ହୁଏ ଦେଖା
ଆଉ ଦେବି ନାହିଁ ତତେ ପ୍ରତିଶ୍ରୁତି
ହୋଇଗଲି ଆଜି ଏକା
ଆଜିଠାରୁ ସାଥି ତୋହର ମୋହର
ସମ୍ପର୍କେ ପଡିଲା ଫାଟ ॥



ପ୍ରକାଶ କୁମାର ଚାନ୍ଦ,
ଜୟପୁର ଶାସନ, ପିପିଲି, ପୁରୀ,
ଦୂରଭାଷ : ୯୮୫୩୩୫୪୯୩୮

Post a Comment

0Comments
Post a Comment (0)