ଗାଡି ଧୀରେ ଚଲାଅ ଜୀବନ ବଞ୍ଚାଅ - ଶୁଭ ରଞ୍ଜନ ପୃଷ୍ଟି

0
କିଛି ଟୋକା ଏନ୍ତା ଚଲାନ୍ତି ଗାଡିକୁ ସତେକି ଜିତିବେ ବାଜି
ବାଜି ଜିତନ୍ତିନି ଜୀବନ ହରାନ୍ତି
ଧରାରୁ ଯାଆନ୍ତି ହଜି

କିଛି ଟୋକା ଏନ୍ତା ଗାଡିକୁ ଚଲାନ୍ତି ସତେକି ବାପାର ରାସ୍ତା
ରାସ୍ତା ନ ସରୁଣୁ ସିଏ ସରିଯାନ୍ତି
ଅବସ୍ଥା ପୁରା ହୀନସ୍ତା

କିଛି ଟୋକା ଏନ୍ତା ଗାଡିକୁ ଚଲାନ୍ତି ହାତକୁ ଦିଅନ୍ତି ଛାଡି
ହାତ ଛାଡିଦେଲେ ଗାଡି ଛାଡିଯାଏ
ଧରନ୍ତି ବାଁକୁଲି ବାଡ଼ି

କିଛି ଟୋକା ଏନ୍ତା ଗାଡିକୁ ଚଲାନ୍ତି ସତେକି ଫଟ ସ୍ଟୁଡ଼ିଓ
ଫଟ ନଉନଉ ଫଟ ହେଇଯାନ୍ତି
ଭାଇରାଲ ତାଙ୍କ ଭିଡ଼ିଓ

କିଛି ଟୋକା ଏନ୍ତା ଗାଡିକୁ ଚଲାନ୍ତି ମୁଣ୍ଡରେ ନଥାଏ ଖୋଳ
ଖୋଳ ନପିନ୍ଧିଲେ ଖେଳ ସରିଯାଏ
ବୁଲନ୍ତି ହେଇ ପାଗଳ




ଗୋପାଳପୁର, କଟକ,
ଦୂରଭାଷ : ୭୮୦୯୪୩୪୯୯୪

Post a Comment

0Comments
Post a Comment (0)