ଅନ୍ଧାରରେ ଖୋଜୁଛି ମୁଁ ମୋ ନିଜକୁ - ଶୁଭାଶିଷ ସେଠୀ

0
ଘନ ଅନ୍ଧାର ରେ ଘେରି ହୋଇ ମୁହିଁ
ଚଉ ଦିଗେ ଚାହୁଁ ଥାଏ,
କେଉଁଟା ଯେ ପଥ କେଉଁଟା ଅପଥ
ଜାଣି ପାରୁନି ମୁ ଛାଏଁ ।

ଅହରହ ମନେ ଘୋଟୀ ଯାଏ ପୁଣି
କଣ୍ଟା ଝଟା ର ଭୟ
କେଉଁ ପାଥ କାଳେ ହେବ ମୋ ପାଇଁ
ଦୁର୍ବିଶଃ ଦୁଃଖର ସୁଅ ।



କେଉଁଠି କୁ ଯିବି କଣ କରିବି
କରି ପାରୁନି ମୁ ଥୟ
ଆକାଶ କୁ ଚାହିଁ ଚିତ୍କାର କରୁଛି
କଣ ମୋର ପରିଚୟ ।

ଧୂଳି କଣା ହୋଇ ଜନ୍ମିଛି ସଂସାରେ
ହଜି ଯିବି ପୁଣି କେବେ
ସେ ଧୂଳି କଣା ରେ ମହତ୍ତ୍ୱ ନ ଥିଲେ
ପାସୋରି ଯିବେ ଏ ଭାବେ ।



ଇନ୍ଧନ କେବେ ବି ଛାଏଁ ଜଳେ ନାହିଁ
ଥିଲେ ଥାଉ ଯେତେ ଶକ୍ତି,
ଅଗ୍ନି ବିନା ନାହିଁ ତାହାର ଅସ୍ତିତ୍ବ
ନ ଥାଏ ସେଥିରେ ଦ୍ୟୁତି ।

ଭିତରେ ଭରିଛି ବାରୁଦ ର ଗଦା
ଅଗ୍ନି କେବେ ଯେ ଲାଗିବ
ନିଜେ ସିନା ଜଳି ଜଳି ସରି ଗଲେ
ଅନ୍ୟ କୁ ଆଲୋକ ଦେବ ।



ଦୃଢ଼ ମନୋବଳ ହେଉ ମୋ ପାଇଁ
ଅଗ୍ନିର ଜ୍ଵଳନ୍ତି ଉତ୍ସ।
ଲାଗୁ ଅନ୍ତରେ ଏମିତିକା ନିଆଁ
କରିବାକୁ ମୋତେ ଉଚ୍ଚ ।

ଦୁରୁ ଜଳୁ ଥିବା ଆଲୋକ ଟି
ଯଦି କାହା ଉର୍ଜା ହୁଏ,
ପ୍ରେରଣା ଦିଏ ସେ ମୋତେ ଜଳିବାକୁ
ଜଳିକି ପ୍ରଦୀପ ଦିଏ ।



ଏ ଘନ ଅନ୍ଧାର ମୋ ଲକ୍ଷର ଦିଶା
ଟାଣି ନେଉ ହାତ ଧରି,
ସେ ଆଲୋକ ପରି ମୁ ବି ଜଳିବି
ସଂସାର ଆଲୋକ କରି ।।।।




ରାଇଗଡା, ନାନ୍ତର, ମହାକାଳପଡ଼ା, କେନ୍ଦ୍ରାପଡା

Post a Comment

0Comments
Post a Comment (0)