ମଶାଣୀ - ବରଦା ପ୍ରସାଦ ରଥ

0
ମଶାଣୀର ଖାଁ ଖାଁ ଶବ୍ଦ... ଭାରି ଭଲ ଲାଗେ
କାରଣ.. ମଶାଣୀର ମଣିଷ ଟିଏ ବୋଲି
ସବୁ ଅଭିନୟ ଜଳି ପୋଡି ପାଉଁଶ ହୋଇଯାଏ
ମଶାଣୀର ଜୁଇରେ...,
ସେଠାରେ ନରହେ କିଛି ଚିନ୍ତା ନା ଅନୁଚିନ୍ତା
ଧୃବ ସତ୍ୟ...
ନିଶ୍ଚିତ ଭାବେ ଯିବାକୁ ପଡିବ ଗନ୍ତବ୍ୟ ପଥରେ
ଅଶରୀର ଆତ୍ମା ସହ ବନ୍ଧୁ ବାନ୍ଧି ରହିବାକୁ ପଡିବ,
ଶୂନ୍ୟ ଦିଗବଳୟରେ ହାହାକାର
ଶୁଭୁଥିବ ଅତୃପ୍ତ ଆତ୍ମାର ଚିତ୍କାର
ନଥିବ ଆଗପଛର ବିଚାର...,
ମୃତ୍ୟୁ.. ସେ ଅତିଥି,
ବିନା ନିମନ୍ତ୍ରଣରେ ଦଣ୍ଡାୟମାନ
ଦୁଇଟି ଶୂନର ଆହ୍ବାନରେ ମିଳିବ
ମଶାଣୀର ନିମନ୍ତ୍ରଣ...
“ଯଦ୍ ଗତ୍ବା ନିବର୍ତ୍ତନ୍ତେ ତଦ୍ଧାମଂ ପରମଂ ମମ”... ॥




ଶ୍ରୀ ବରଦା ପ୍ରସାଦ ରଥ, ରାୟଗଡା

Post a Comment

0Comments
Post a Comment (0)