ବଣମଲ୍ଲୀ ଡାକେ ଆ - ଗୋପାଳ ଚନ୍ଦ୍ର ସାଓ

0
ବଣମଲ୍ଲୀ ଡାକେ
ବଣ ର ମଲ୍ଲୀ କୁ
ଆ ତୁ ଫୁଟିବୁ
ଫୁଟି ମହକିବୁ ଏଠି...
ତୋ ମହକେ ଧରା
ମହକିବ ପରା
ତୋ ମହକ ଯିବ
ପୁର ପଲ୍ଲୀ ସବୁଠି...
ଫୁଟୁ ଥିଲୁ ଦିନେ
ଭାବିଭାବି ମନେ
କାହିଁକି ଫୁଟିବି
ଅଲୋଡ଼ା ଜୀବନେ...
ମନ କଥା ଜାଣି
ହାତ ଧରି ଆଣି
ବୁଝେଇ କହିଲା
ଫୁଟ ତୁ ଏ କାନନେ...
ସୁନ୍ଦର ମହକ
ପରଖି ଦେଖ
ପାରୁଛ ଯଦି ତୁ
ତାକୁ ସାଇତି ରଖ...
ଭାବିବନି ଏକା
ହେବେ କେତେ ଦେଖା
ବାସ ଦିଆ ନିଆ
ତୁମେ ଏଇଠି ଶିଖ...
କାହା ତଥାସ୍ତୁ ରେ
ଗଢିଲା କିଏ
ବଣ ମଲ୍ଲୀ ପାଇଁ
ଧନ୍ୟ ରେ ସିଏ...
ଝଡ଼ିବା ଆଗରୁ
ବଢ଼ାଇଲା ହାତ
ହାତ ନୁହେଁ ପରା
ଆମ ମିତ ଟି ସିଏ...




ଦେଉଳି, ବାରିପଦା, ମୟୂରଭଞ୍ଜ

Post a Comment

0Comments
Post a Comment (0)