ନିଦାଘ ଛୁଇଁଛି ଧରଣୀ କୂଳ
ସୂରୁଯ ହସଇ ସକାଳରୁ ସଞ୍ଜ
ଲୁଚକାଳି ଖେଳେ ବଉଦ ମାଳ !
ଟାଇଁ ଟାଇଁ ଖରା ସିଝାଏ ଦେହକୁ
ଛାଇ ଖୋଜେ ମନ ପାଦପ ନାହିଁ
ଦୂରରୁ ଦୂରକୁ ଅଟ୍ଟାଳିକା ମାନ
ଗଗନକୁ ଦେଖ ଯାଉଛି ଛୁଇଁ !
ଝାଇଁ ଝାଇଁ ଝାଞ୍ଜି ବହେ ଅବିରତେ
ଲୁଚିଗଲା ପରେ ଯାମିନୀ ପୁଣି
ଅନଳ ପ୍ରାୟେକ ଜଳୁଛି ସମୀର
ତପ୍ତମୟୀ ଆଜି ଧରଣୀ ରାଣୀ !
ସାଇଁ ସାଇଁ ଆଉ ଦକ୍ଷିଣା ପବନ
ବହୁନାହିଁ ତା'ର ହରଷ ମନେ
ସବୁଜ ବନାନୀ ପାଇଁ ଏ ଧରଣୀ
ଦେଖୁଛି ମଣିଷ ନିତି ସପନେ !
ନଇଁ ନଇଁ ଆସେ ଗୋଧୂଳି ଆକାଶେ
ଚାଇଁ ଚାଇଁ ଦେଖ ଚପଳା ମାଳ
ଚମକି ପଡ଼ନ୍ତି ଧରାବାସୀ ମୋର
ଛାଇ ଆଲୁଅର ଚାଲିଛି ଖେଳ !
କେଲୁଆପଲ୍ଲୀ, ଗଞ୍ଜାମ
