ରଜ ଅଭିନନ୍ଦନ - ଧ୍ରୁବ ଚରଣ ବେହେରା

0
ରଜ ପରବର ଅଭିନନ୍ଦନ ମୋ
ବାଣ୍ଟି ଦେଉ ହସ ଖୁସି
ଓଡ଼ିଆଙ୍କ ମନେ ଭରୁ ସେହ୍ନ ଶ୍ରଧା
ନୂଆ ସ୍ମୃତି କୁ ପରସି ।।
ଚଲାପଥେ ତୁମ କୁସୁମିତ ହେଉ
ମହକିତ ହେଉ ମନ
ବନ୍ଧୁ ସହୋଦରେ ଆନନ୍ଦିତ ହୁଅ
ଉଲ୍ଲସିତ ହେଉ ପ୍ରାଣ ।।
ସରଳ ସୁନ୍ଦର ନିଆରା ଏ ଦିନ
ସଭିଙ୍କ ଆମୋଦ ପରା
ଆତ୍ମୀୟତା ସାଥେ ଭାତୃଭାବ ଭରି
ମନାନ୍ତୁ ଖୁସି ଯାତରା ।।
ନୂଆ ନୂଆ ଆଶା ନୂଆ ଅନୂଭୁତି
ଜାଗି ଉଠୁ ସବୁଦିନେ
ଜୀବନ ପ୍ରଦୀପ ଜଳୁଥାଉ ନିତି
ପ୍ରୀତିର ମଧୁ କାନନେ ।।
ବରଷକେ ଥରେ ଆସି ଯାଉଥାଉ
ଏହି ଓଡିଆ ପରବ
ଆମେରେ ଓଡ଼ିଆ ଆମରି ସଂସ୍କୃତି
ଅଟଇ ଆମ ବୈଭବ ।।
ଏହି ଭାଇଚାରା ଆମରି ଦୁଆରେ
ନଭଶ୍ଚୁମ୍ବୀ ହେଉ ରହି
ଜଗନ୍ନାଥ ପଦେ ଜଣାଇ ଦୁଃଖକୁ
ଆଶିଶ ମାଗନ୍ତୁ ଯାଇ ।।
ପିଠା ପଣା ଭରା ଖିରି, ମିଠା, ଭରି
ମହକୁଛି ଆମ ଗାଆଁ
ଅତୀତର ସେତ ପରମ୍ପରା ଆମ
ରଜ ପରବତ ନାଆଁ ।।
ଗାଆଁରୁ ସହର ଆମରି ଦୁନିଆଁ
ଉତ୍କଳ ଭାରତ ଭୂମି
ଘେନାକର ମୋର ରଜର ବାରତା
ଆବାଳ ଜନତା ଜ୍ଞାନୀ ।।



ଅଠରବାଟିଆ, ବାଲୁଗାଁ, ଖୋରଧା

Post a Comment

0Comments
Post a Comment (0)