ଯା' ମତେ ଭିଜେଇ ଦେଇ - ଜିତେନ୍ଦ୍ର ସାହୁ

0
ଅନେକ ଯାତନା ଭୋଗୁଛି ତୋ'ବିନା
ଚାତକ ପକ୍ଷୀଟେ ହୋଇ,
ଆସି ପ୍ରିୟା ଥରେ ତୋ ପ୍ରେମ ବର୍ଷାରେ
ଯା' ମତେ ଭିଜେଇ ଦେଇ,,।।
ତୁ ଗଲାପରେ ଏ ହୃଦୟ ସତରେ
ପାଲଟିଛି ମରୁଭୂମି,
ତୁ ନାହୁଁ ବୋଲି ସବୁ ଶୁଷ୍କ ଖାଲି
ବହୁନାହିଁ ମଉସୁମୀ,,
କାଳବଇଶାଖି ତାଣ୍ଡବ ରଚୁଛି
ବିରହରେ ଜାଳିଦେଇ,
ଆସି ପ୍ରିୟା ଥରେ ତୋ ପ୍ରେମ ବର୍ଷାରେ
ଯା' ମତେ ଭିଜେଇ ଦେଇ,,।।
ଯାଇଛି ଉଜାଡି ଦେ ପୁଣି ସଜାଡି
ମୋ ହୃଦୟ ଉପବନ,
ତୋ ମୃଦୁ ପରଶେ ଖେଳିବେ ହରଷେ
ମହକି ପ୍ରୀତି ସୁମନ,,
କୁଳୁକୁଳୁ ହେଇ ହୃଦେ ଯିବ ବହି
ପୀରତିର ମିଠା ନଇ,,
ଆସି ପ୍ରିୟା ଥରେ ତୋ ପ୍ରେମ ବର୍ଷାରେ
ଯା' ମତେ ଭିଜେଇ ଦେଇ,,।।




ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0Comments
Post a Comment (0)