ମୋପ୍ରିୟା ଅଳସୀ ପାଇଁ...
ଚାନ୍ଦିନୀ କହିଲା ସେ ତୁମର ନୁହଁ
ଯାଇଛି କାହାର ହୋଇ !!
ସାଗର ବେଳାରେ ଦିନ ଦିପହରେ
ଲେଖିଲି ପ୍ରିୟାର ନାମ...
ଊର୍ମି ଆସି ତା'କୁ ସଙ୍ଗେ ନେଇଗଲା
କହିଲା ପାଗଳ ପ୍ରେମ !!
ଶ୍ରାବଣକୁ ଯେବେ ଏକାନ୍ତେ କହିଲି
ଭିଜେଇ ଦେ ମୋ ପ୍ରିୟାକୁ...
ଚପଳା କହିଲା ଜାଳନାହିଁ ଆଉ
ଲିଭି ଯାଇଥିବା ନିଆଁକୁ !!
ବସନ୍ତକୁ କେତେ ମିନତି କରିଲି
ବିରହ ନିଆଁରେ ଡେଇଁ...
ଫଗୁଣ କହିଲା ସେହି ପ୍ରିୟା ବୋଧେ
ତମ ଭାଗ୍ୟେ ଆଉ ନାହିଁ !!
ମଳୟକୁ ଚାହିଁ ମୁରୁକି ହସିଲି
କହିଲି ତୋତେ ମୋ'ରାଣ...
ପୀରତି ମଳୟ ଝରାଇଦେ ବାରେ
ଥରୁଟିଏ ଖାଲି ଶୁଣ !!
କହିଲା ମଳୟ ଯାହାକୁ କରିଛ
ତୁମରି ମନର ମିତ...
ଋତୁରେ ଋତୁରେ ତୁମପାଇଁ ସିଏ
ହୋଇ ଯାଇଅଛି ଗୀତ !!
କେଲୁଆପଲ୍ଲୀ, ଗଞ୍ଜାମ
