ମୋ ଦେଶର ଅଧିପତି - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0
ବିଶ୍ବ ଭାତୃତ୍ବ ବନ୍ଧନ ବହନ କାରି
ଚକାଡୋଳା ନୀଳଗିରି
ଫର ଫର ନୀଳଚକ୍ର ଅଗ୍ରେ କେତନ
ପତିତପାବନ ବୋଲି ।।

ବ୍ରାହ୍ମାଣ୍ଡ ର ଠାକୁର ହେ ନୀଳ ସୁନ୍ଦର
ଅହରହ ଉଡାଉଛ
ଜଗତର ନାଥ ବୋଲି ହେ ଜଗନ୍ନାଥ
ନାମ ତେଣୁ ବହିଅଛ
କଳା,ଧଳା, ହଳଦିଆ ତିନି ରଙ୍ଗରେ
ସଂସାର ଦେଇଛ ଗଢି , ବିଶ୍ବ ଭାତୃତ୍ବ ….।।

ତୁମେ ହିନ୍ଦୁ, ମୁସଲିମ ବୈ।ଦ୍ଧ ,ଇସାଈ
ଧରମର ପ୍ରତିନିଧି
ତୁମେ ନେତା, ଅଭିନେତା କଳା ସାଆନ୍ତେ
ତୁମେ ମୋର କୋଟିନିଧି
ସର୍ବ ଧର୍ମ ସମନ୍ବୟ ବିଶ୍ବ ଠାକୁର
ତୁମେ କାଳ ମହାବଳି , ବିଶ୍ବ ଭାତୃତ୍ବ…..।।

ଗରବ, ର୍ଗୈ।ରବ ତୁମେ କଳା ଠାକୁର
ମୋ ଦେଶର ଅଧିପତି
ତୁମ ଲାଗି ଏହି ଜାତି ଉନ୍ନତ ତର
ମୋ ପ୍ରାଣର ପ୍ରାଣପତି
ଆଶିଷ ପ୍ରଫୁଲ୍ଲ ମାଗେ ପଦାରବିନ୍ଦେ
ଶରଣ ଦିଅହେ ହରି, ବିଶ୍ବ ଭାତୃତ୍ବ ବନ୍ଧନ….।।




ମଙ୍ଗଳାଯୋଡି, ଖୋରଧା

Post a Comment

0Comments
Post a Comment (0)