ରଙ୍ଗମଞ୍ଚର ପ୍ରତିଛବି - ପ୍ରଶାନ୍ତ କୁମାର ସାହୁ

0
ରଙ୍ଗମଞ୍ଚ କି ପାରେ କହି
ଅଭିନେତାର ସଉଦାବାଜୀ
ନିଜକୁ ନିଜ ଭିତରେ ଚାପିଦେଇ
ଆପଣାର କରି ହଜିଯାଏ
ଦେଖଣାହାରୀର ବିମୁଗ୍ଧ
ହୃଦୟ ଭିତରେ ...
ନିସ୍ତବ୍ଧ ପ୍ରହର ଚାହିଁରହେ ପଚାରିଦେବ ପଦେ
ହେଲେ ରାତି କାହିଁ?
ନାଟକର ଯବନିକା ପରେ
କେବେ ଠିଆ ହୁଅ ରଙ୍ଗମଞ୍ଚରେ...
ଦେଖୁଥିବ ଘରମୁହାଁ ଦର୍ଶକମାନଙ୍କୁ ,
ଶୁଣିବ ସାଇତି ରଖୁଥିବା ବେଳେ
ବାଦ୍ୟଯନ୍ତ୍ରର ବେସୁରା ଶବ୍ଦକୁ,
ଆଉ କିଛି ଗଭୀର ଭାବରେ ପ୍ରେରିତ
ସନ୍ଦିହାନ ଦର୍ଶକ ବନ୍ଧୁଙ୍କୁ ,
ଆଉ ଟିକେ ନିରେଖି ଦେଖିବ !
କେହି ଜଣେ ଶାନ୍ତିରେ ଶୋଇଛି !
ନିର୍ଜନତାର ସୁଯୋଗରେ ଗଳି ପଶିଥିବା
ଅପାଙ୍କ୍ତେୟ ଅସଲୀ ନାୟକକୁ !
ଉଠାଅନି ଶୋଇଛି ସେ
କାନଭାସ୍ ଘେରା ରଙ୍ଗିନ୍ ଦୁନିଆ ଭିତରେ
ଭାବନା ଠାରୁ ବହୁଦୂରେ
ଦୁଇ ଆଣ୍ଠୁ ଦୁଇ ହାତର ବୋଝକୁ ଓହ୍ଲେଇ
ଥକାମାରୁଛି ଆସନ୍ତାକାଲିର ସପନ ପାଇଁ ।




ଛତ୍ରଗଡ଼, ଖୋର୍ଦ୍ଧା

Post a Comment

0Comments
Post a Comment (0)