ଆଜି କାହିଁକି ବୋଉଦି କଥାଟା ଭାରି ମନେ ପଡୁଛି । ସିଏ ବଂଗାଳି ଘର ବୋଉଦି ନୁହେଁ ମ ତାଂକ କଥା ମୁଁ କହୁନି, କଥା କ'ଣ କି, ସକାଳୁ ସକାଳୁ ମର୍ଣିଂଗ ୱାକ୍ ରୁ ଘରକୁ ଫେରୁ ଥିବା ବେଳେ ରାସ୍ତା ରେ ଗୋଟେ ମୋଟି ଝିଅ ଟିଏ ସାଇକେଲ ରେ ଯାଉ ଥିବା ର ଦେଖିଲି । ବାସ୍ ସେଇଠି ହଟାତ ମୋର ବୋଉଦି କଥାଟା ମନେ ପଡି ଗଲା ।
ବୋଉଦି, ଆମ ସ୍କୁଲ ଟାଇମ ର କଥା, ମୁଁ ଆମ ସ୍କୁଲ ର ବସନ୍ତ ସାର୍ଂକ ଟିଉସନ କୁ ପଢିବାକୁ ଯାଏ । ମୁଁ ଯିବା ବେଳେ ମୋଟି ଝିଅ ଟିଏ ସବୁଦିନ ସାଇକେଲ ରେ ଯାଏ, ଭାରି ଧିର ସ୍ଥିର, ଶାନ୍ତ ପିଲାଟା ଥଲା । ସିଏ ଗଲା ବେଳେ ଛକରେ ଛତରା, ଲଫଂଗା ଟୋକା ଗୁଡା ତାକୁ ବୋଉଦି ବୋଲି କହି ସବୁ ଦିନ ଚିଡାନ୍ତି, ମୋଟି ବୋଲି ତାକୁ ନାନାଦି ପ୍ରକାର ଅଶ୍ଳିଳ ଇଁଗିତି କରି ଥଟା କରୁ ଥାନ୍ତି, ଝିଅଟି କିନ୍ତୁ ସବୁଦିନ କାହାରିକୁ କିଛି ନ କହି ହସିଦେଇ ପଳେଇ ଯାଏ ।
ଦିନେ କଣ ହେଇଛି, ଝିଅଟି ସାଇକେଲ ରେ ଯାଉଥିବା ସମୟରେ ଗୋଟେ ଛତରା ଟୋକାଟେ ତାର ପଛପଟୁ ଆସି ତା ସାଇକେଲର ପଛ ଚକା ଭିତରେ ଗୋଟେ ବାଡିଟେ ପୁରେଇ ଦେଲା । ଝିଅଟା କଚାଡି ହେଇ ତଳେ ପଡିଗଲା, କିଛି ବୁଝି ପାରିଲାନି ଝିଅଟା, କେମିତି ହେଲା ବୋଲି, ଝାଡି ଝୁଡି ହୋଇ ଝିଅଟା ଉଠିଲା, ଚାରିଆଡକୁ ଚାହିଁ ଦେଖେ ଯେ ଦୁଇଟା ଛତରା ଟୋକା ତାକୁ ଦେଖି, ଛୁଗୁଲେଇକି, ହସିକି କହୁଛନ୍ତି ବୋଉଦି.......ବାସ୍ କେହି କିଛି ବୁଝିବା ଆଗରୁ, ଶାନ୍ତ, ସରଳ ଝିଅଟା ସେହି ବାଡି ପୁରେଇ ଥିବା ପିଲାଟାର ସାର୍ଟ କଲର ଧରି, ଘୋଷାଡିକି ତାକୁ, ତାକୁ ଟେକି କରି ବୁଲେଇ ବୁଲେଇ ଫିଂଗି ଦେଲା, ତା ପରେ ବି ତାକୁ ଗୋଇଠା ଉପରେ ଗୋଇଠା ମାରି ଚାଲିଥିଲା । କି ଉଗ୍ରରୁପ ତାର, ସେ ଆର ଟୋକାଟାକୁ ବି ଭଲକି ଉତ୍ତମ ମଧ୍ୟମ କଲା। ସମସ୍ତେ ତାର ଏ ରଣ ଚଣ୍ଡି ରୁପ ଦେଖି ତାଜୁବ୍ ।
ତା' ପର ଠାରୁ ମୁଁ ଆଉ ସେଇ ଝିଅକୁ ସେଇ ରାସ୍ତାରେ ଦେଖିନି କି ଛକରେ ଆଉ ଛତରା ଟୋକାଂକୁ ରାସ୍ତାରେ ଯାଉଥିବା ଝିଅ ବୋହୁ ମାନଂକୁ ଅଶ୍ଳିଳ ବ୍ୟବହାର କରିବା ଦେଖିନି । ସତରେ, ସେ ଦିନ ସେହି ଝିଅଟି ମାନେ ବୋଉଦି ଗୋଟେ ଉଦାହରଣ ହେଇ ରହିଗଲା। ।
ଗଡ ମହାବୀର ରୋଡ, ଗ୍ୟାରେଜ ଛକ, ସାମନ୍ତରାପୁର, ଭୁବନେଶ୍ୱର
- ମୂଳପୃଷ୍ଠା
- ପୂର୍ବ ପ୍ରକାଶିତ
- _କବିତା
- _କ୍ଷୁଦ୍ରଗଳ୍ପ
- _ପ୍ରବନ୍ଧ
- _ରମ୍ୟ ରଚନା
- _ପୁରାଣ କଥା
- _ଶିଶୁ ସାହିତ୍ୟ
- __ଛବିଟିକୁ ଗୀତଟିଏ
- __ଶିଶୁଗଳ୍ପ
- __ଶିଶୁ କବିତା
- __ପଞ୍ଚତନ୍ତ୍ର କାହାଣୀ
- _ବହିପତ୍ର
- __ବଣମଲ୍ଲୀ ଇ-ବୁକ
- __ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
- __କବିତା କଲ୍ଲୋଳିନୀ
- __ଲାବଣ୍ୟବତୀ
- __ବୈଦେହୀଶ ବିଳାସ
- __ରସକଲ୍ଲୋଳ
- __ମନବୋଧ ଚଉତିଶା
- __କିଶୋର ଚନ୍ଦ୍ରାନନ ଚମ୍ପୁ
- __ତପସ୍ଵିନୀ
- __ସାରଳା ମହାଭାରତ
- ୱେବ ରେଡିଓ
- ଇଭେଣ୍ଟ
- ସଂଗ୍ରହାଳୟ
- ନୂତନ ସଂସ୍କରଣ
0 Comments
You can write now your valuable comments here. Off-topic comments may be removed or deleted without prior notice.